ଅନ୍ୟାଦେଶ ଯାଏଁ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିଲା ଶିମିଳିପାଳ ଅଭୟାରଣ୍ୟ

0 2

ବାରିପଦା(ଦିଲ୍ଲୀପ ମହାନ୍ତି)- ଫେରିଛି କରୋନା ମହାମାରୀର ଦ୍ୱିତୀୟ ଲହର । ଟ୍ରିପଲ ମ୍ୟୁଟାଣ୍ଟ ଷ୍ଟେ୍ରନର ଘାତକ ରୂପ ଧାରଣ କରିଛି ଓ ଏହାର ପ୍ରଭାବରେ ଛଟପଟ ହେବାରେ ଲାଗିଛନ୍ତି ଜନସାଧାରଣ । ବିଶ୍ୱ ମହାମାରୀ କରୋନା ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ସାଧାରଣତଃ  ବର୍ଷା ଋତୁକୁ ଦୃଷ୍ଟିରେ ରଖାଯାଇ ପ୍ରତିବର୍ଷ ଜୁନ ୧୬ ତାରିଖଠାରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରଖାଯାଇଥାଏ । ଏହି ସମୟ ମଧ୍ୟରେ  କୌଣସି ପର୍ଯ୍ୟଟକଙ୍କୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ମିଳିନଥାଏ । କିନ୍ତୁ , ଚଳିତ ବର୍ଷ କରୋନା ମହାମାରୀ କାରଣରୁ ମେ ୧ରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରଖାଗଲା ଏବଂ ପୁଣି ଥରେ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ନିମନ୍ତେ କେବେ ଖୋଲା ଯିବ ସେ ସମ୍ପର୍କରେ ନୋଟିଫିକେସନ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଇ ଦିଆଯିବ  ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ବିଭାଗର କ୍ଷେତ୍ର ନିଦେ୍ର୍ଧଶକ ତଥା ଆଂଚଳିକ ବନ ମୁଖ୍ୟ ସଂରକ୍ଷକ ଯୁଗ ଦୟାନନ୍ଦଙ୍କ ସୂତ୍ରରୁ ସୂଚନା ମିଳିଛି ।

 

Leave A Reply

Your email address will not be published.