୧୭ରେ ଶ୍ରୀଚୈତନ୍ୟଙ୍କ ପବିତ୍ର ଅଙ୍ଗବସ୍ତ୍ର ପ୍ରଦର୍ଶନ ଉତ୍ସବ

0

06-07-18-SRI-CHAITANYA.jpg - 139.80 kB

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ ):ଭଦ୍ରକ ଜିଲ୍ଳାର ଅନ୍ୟତମ ପ୍ରସିଦ୍ଧ  ବୈଷ୍ଣବକ୍ଷେତ୍ର ସନ୍ଥିଆ ସ୍ଥିତ ଶ୍ରୀରାଧାମଦନମୋହନ ମନ୍ଦିରରେ ଆଜକୁ ପ୍ରାୟ ୫ ଶହ ବର୍ଷ ତଳେ ସୁରକ୍ଷିତ କଳିର ପାବନ ଅବତାରୀ ଭଗବାନ ଶ୍ରୀଚୈତନ୍ୟଙ୍କ ପବିତ୍ର ଅଙ୍ଗବସ୍ତ୍ର ପ୍ରଦର୍ଶନ ସକାସେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ମନ୍ଦିର ମହନ୍ତ ଶ୍ରୀ ଆଶିଷଦେବ ଗୋସ୍ୱାମିଙ୍କ  ଆବାହକତ୍ୱରେ ଅନୁଷ୍ଟିତ ବୈଠକରେ ଗୋସ୍ୱାମି ପରିବାରଙ୍କର ବରିଷ୍ଠ  ସଦସ୍ୟ ଦେବକୁମାର ଗୋସ୍ୱାମି,କେଦାରନାଥ ଭଟ୍ଟାଚାର୍ଯ୍ୟ,ପରେଶ ଚନ୍ଦ୍ର ପଣ୍ଡା,ରଘୁନାଥ ଦାସ,କାଳନ୍ଦୀ ମଲ୍ଳିକ,ରାକେଶ ଗୁପ୍ତା,ମାନସ ବାରିକ,ସତିଶ ଗୁପ୍ତା,ପ୍ରଦୀପ ମୁଖାର୍ଜ୍ଜି,ଦେବେନ୍ଦ୍ର ନାୟକ,ରତନ ମଣ୍ଡଳ ଏବଂ ମୃତ୍ୟୁଞ୍ଜୟ ଲାହା ପ୍ରମୁଖ ଯୋଗ ଦେଇ ଚଳିତମାସ ୧୭ ତାରିଖ ମଙ୍ଗଳବାରଦିନ ଆଜକୁ ପ୍ରାୟ ୫ଶହ ବର୍ଷ ତଳେ ମନ୍ଦିରରେ ସୁରକ୍ଷିତ ଭଗବାନଙ୍କ  ଶ୍ରୀଚୈତନ୍ୟଙ୍କର ପବିତ ଅଙ୍ଗବସ୍ତ୍ର(କନ୍ଥା) ପ୍ରଦର୍ଶନ ଉତ୍ସବ ପାଳନ କରାଯିବାକୁ କାର୍ଯ୍ୟସୁଚି ଘୋଷଣା କରାଯାଇଛି । ଏହି ଅବସରରେ ମନ୍ଦିରରେ ଦିବସବ୍ୟାପି  ବିଭିନ୍ନ ଧର୍ମିୟ କାର୍ଯ୍ୟକ୍ରମ ସହିତ ଅପରାହ୍ନ ୪ ଘଟିକାରେ ବରିଷ୍ଟ ପ୍ରଶାସକ ତଥା ପ୍ରାକ୍ତନ ସୁଚନା ଓ ଲୋକସଂର୍ପକ ବିଭାଗ କମିଶନର  ଦିଗମ୍ଭର ମହାନ୍ତିଙ୍କ ସଭାପତିତ୍ୱରେ ଏକ ଧର୍ମସଭାର ଆୟୋଜନ କରାଯାଇଛି । ଏଥିରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ,ରାଜସ୍ୱ ପାଶ୍ୱର୍ଦ ମହାନିବନ୍ଧକ  ଗୋସ୍ୱାମି ଗୁଲାମ ଦେବତାଙ୍କ ସମେତ ବହୁ ଜ୍ଞାନୀଗୁଣି ପଣ୍ଡିତ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସଂଧ୍ୟାରେ ଓଡିଶା ସରକାରଙ୍କ ସାଂସ୍କୃତିକ ବିଭାଗ ଆନୁକୁଲ୍ୟରେ ଭଜନ ସଂଧ୍ୟାର ଆୟୋଜନ କରାଯାଇଥିବା କଥା ଘୋଷଣା କରାଯାଇଛି ।

Leave A Reply

Your email address will not be published.