ମିଛ ପ୍ରତିଶୃତି ଦେଇ ପ୍ରେମିକାକୁ ପ୍ରତାରଣା କଲା ସରପଞ୍ଚଙ୍କ ପୁଅ

0 3

ଭଦ୍ରକ, ( ସତ୍ୟଭୂଷଣ ସ୍ବାମୀ ):ଗୋଟିଏ ୧୯ ବର୍ଷର  ନିରୀହ ଝିଅକୁ ଜନୈକ ସରପଞ୍ଚଙ୍କ ପୁଅ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘଦିନ ଶାରିରୀକ ସଂପର୍କ ରଖିବା ପରେ ବିବାହ କରିବା ନାମରେ ଭୁବନେଶ୍ଵର ନେଇ ଜଣେ ବନ୍ଧୁଙ୍କ ଘରେ ରଖି ପୁଣି ଗାଁକୁ ଆସ ଏଠାରେ ପରସ୍ପର ପରିବାରର ବୁଝାମଣା ଭିତରେ ବାହାଘର ହେବ କହି ଭଦ୍ରକ ଡକାଇ ସେଠାରୁ ଆଣି ରାତ୍ରି ୧୨ଟା ସମୟରେ ଓଳମସ୍ଥିତ ତାର ମାଉସୀ ଘର ପାଖରେ ଛାଡିଦେଇ ଧମକଚମକ ଦେବା ଓ ପରିବର୍ତ୍ତୀ ପର୍ଯ୍ୟାୟରେ ସଂଯୁକ୍ତ ଯୁବକଙ୍କ ସମେତ ତାର ସହଯୋଗୀ ମାନଙ୍କର ଫୋନ ସୁଇଚ୍ ଅଫ୍ ହେବା ପରି ଘଟଣାରେ ଅତିଷ୍ଠ ହୋଇ ପ୍ରେମିକା ଜଣଙ୍କ ପ୍ରଥମେ ବନ୍ତ ଥାନା ଓ ପରେ ଏସ୍‌.ପି.ଙ୍କ ଦ୍ଵାରସ୍ଥ ହୋଇ ନ୍ୟାୟ ଭିକ୍ଷା କରୁଥିବା ଭଳି ଘଟଣା ଆଜି ଗଣମାଧ୍ୟମ ସମ୍ମୁଖକୁ ଆସିଛି । ଏସ୍‌.ପି.ଙ୍କୁ ଲିଖିତ ଆକାରରେ ଦିଆଯାଇଥିବା ଅଭିଯୋଗ ଅନୁସାରେ, ବନ୍ତ ବ୍ଲକ୍ ଅନ୍ତର୍ଗତଃ ସାହାଡ଼ା ପଲ୍ଲୀ ଗ୍ରାମର ଜଗନ୍ନାଥ ଲେଙ୍କାଙ୍କ ୧୯ ବର୍ଷିୟା ଝିଅ ସଂଧ୍ୟାରାଣୀ ଙ୍କ ସହିତ ନିଳୋକ ସରପଞ୍ଚଙ୍କ ୨୧ ବର୍ଷୀୟ ପୁଅ ଦେବାଶିଷ ବିବାହର ପ୍ରଲୋଭନ ଦେଖାଇ ଦୀର୍ଘ ଦିନ ଧରି ଭଲ ପାଇବା ଓ ପରେ ଶାରିରୀକ  ସଂପର୍କ ରଖି ଆସୁଥିଲେ ! ଗତ ୨୦/୪/୨୦୨୧ ରେ ବିବାହ କରିବାର ପ୍ରତିଶୃତି ଦେଇ କେତେଜଣ ବନ୍ଧୁଙ୍କ ସହାୟତାରେ ରାତ୍ରୀ ୧୧.୩୦ ସମୟରେ ତାଙ୍କୁ ନେଇ ଭୂବନେଶ୍ଵର ଯାଇଥିଲେ ଏବଂ ବିବାହ ନକରି ଜଣେ ବନ୍ଧୁଙ୍କ ଘରେ ପ୍ରେମିକାକୁ ଜିମା ଦେଇ ନିଜ ଗ୍ରାମକୁ ପଳାଇ ଆସିଥିଲେ । ପୁନଶ୍ଚ, ୨୩/୦୪/୨୦୨୧ ତାରିଖ ଦିନ ତାଙ୍କୁ ଭଦ୍ରକ ଆସି ସେଠାରୁ ପ୍ରେମିକର ଗାଁକୁ ବିବାହ ପାଇଁ ଆସିବାକୁ କହିଥିଲେ । ସେହି ପ୍ରତିଶ୍ରୁତିକୁ ବିଶ୍ୱାସ କରି ଯୁବତୀ ଜଣଙ୍କ ଭଦ୍ରକରେ ପହଞ୍ଚିଥିଲେ ଓ ତାଙ୍କ ପ୍ରେମୀକ ତାର କେତେ ଜଣ ସହଯୋଗୀଙ୍କ ସହିତ ଭଦ୍ରକରୁ ତାଙ୍କ ଗାଁକୁ ଯିବାର ବାହାନା କରି ରାତି ୧୨ଟା ବେଳେ ଓଳମ ଗ୍ରାମରେ ପହଞ୍ଚି ପ୍ରେମିକାର ଏକ ପିଉସୀ ଘର ନିକଟରେ ଓହ୍ଲାଇ ଦେଇ ଧମକଚମକ ଦେଇ ପଳାଇ ଯାଇଥିଲେ । ତହିଁ ପରଦିନ ଠାରୁ ପ୍ରେମୀକାଟି ବାରମ୍ଵାର ପ୍ରେମୀକ ଓ ତାର ସହଯୋଗୀ ମାନଙ୍କୁ ଫୋନ କରି ସମସ୍ତ ଫୋନ ସୁଇଚ୍ ଅଫ୍ ଦେଖାଉ ଥିବାରୁ ନିରାଶ ହୋଇ ଭାବିଲେ, ତାଙ୍କ ପ୍ରେମିକାଙ୍କୁ କୌଣସି ଠାରେ ଲୁଚାଇ ରଖାଯାଇ ଏହି ମାମଲାଟିକୁ ହାଲକା କରି ଦେବାର ଚେଷ୍ଟା କରାଯାଉଛି ! ତେଣୁ, ସେ ଏଥି ସଂପର୍କରେ ୨୪/୦୪/୨୦ ୨୧ ରେ ବନ୍ତ ଥାନାରେ ଲିଖିତ ଭାବରେ ଜଣାଇ ଥିଲେ । ଯାହା ପି.ଏସ୍‌. କେଶ୍ ନଂ – ୮୬/୨୦୨୧ ଅଟେ ଏବଂ ଏହା ବିଚାରାଧିନ ରହିଛି ! ଆଜି ସେହି ଝିଅ ସହିତ ତାର ପରିବାର ବର୍ଗ ଏବଂ ଅଧିବକ୍ତା ବନମାଳୀ ଜେନା ପ୍ରମୁଖ ଏସପିଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଆବେଦନ କରିଛନ୍ତି !

Leave A Reply

Your email address will not be published.