ପରିବହନ ଶ୍ରମିକମାନଙ୍କର ଜୀବନ ଜୀବିକା ଆନ୍ଦୋଳନ କୁ ପ୍ରତିହତ କରିବାକୁ ପାଇଁ ଓଡିଶା ରାଜ୍ୟ ସରକାର ଏସ୍ମା ଲାଗୁ କରିଥିବାର ପ୍ରତିବାଦ : ମୋଟର ୱାର୍କର୍ସମାନଙ୍କ ବିକ୍ଷୋଭ

0

 

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ )-ସମଗ୍ର ରାଜ୍ୟରେ ପରିବହନ ଶିଳ୍ପରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକମାନେ ସେମାନଙ୍କର ଜୀବନ ଜୀବିକା ପାଇଁ ନ୍ୟାୟୋଚିତ୍ତ ମଜୁରୀ, ବୋନସ, ଇଏସଆଇ, ଇପିଏଫ, ପେନ୍ସନ ଦାବି ପରି ବିଭିନ୍ନ ସମୟରେ ଆନେ୍ଦାଳନ କରୁଥିବାରୁ କେନ୍ଦ୍ରର ମୋଦି ସରକାର ପରିବହନ ଶ୍ରମିକମାନଙ୍କ ପାଇଁ ଯେଉଁ ପୁରୁଣା ଆଇନ ଥିଲା ତାହାକୁ ସଂଶୋଧନ କରି ଶ୍ରମିକ ଅର୍ଥାତ ଡ୍ରାଇଭରମାନେ ସଡକ ଦୁର୍ଘଟଣା କରିଲେ ସେମାନଙ୍କୁ ୩ଲକ୍ଷ ଟଙ୍କା ଜୋରିମାନା ଓ ୭ ବର୍ଷ ଜେଲ ଦଣ୍ଡ ଦେବା ପାଇଁ ସ୍ଥିର କରିଛନ୍ତି । ଏହାର ପ୍ରତିବାଦ କରି ପରିବହନ ଶ୍ରମିକମାନେ ଆନେ୍ଦାଳନ କରୁଥିବାରୁ  ଓଡିଶା ରାଜ୍ୟ ସରକାର ପରିବହନ ଶ୍ରମିକମାନଙ୍କ ଆନେ୍ଦାଳନ ଉପରେ ଏସ୍ମା ପରି ଏକ କଳା ଆଇନ ଲାଗୁ କରିବା ପାଇଁ ଘୋଷଣା କରିଥିବାରୁ ତାର ପ୍ରତିବାଦ କରି ଉକ୍ତ ଏସ୍ମା ଆଇନକୁ ଅବିଳମ୍ବେ ପ୍ରତ୍ୟାହାର କରିବା ଦାବି କରି କେନ୍ଦ୍ର ମୋଟର ୱାର୍କର୍ସ ମାନଙ୍କର ନେତା ନିରଞ୍ଜନ ପାଣି, ନରେନ୍ଦ୍ର ଦାସ, ସେକ ସଲାମ, ସେକ କାଲୁ, ସେକ ଅବଦୁଲ ରହେମାନଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଏକ ପ୍ରତିବାଦ ସଭା ଚରମ୍ପା ବଜାର ଠାରେ ଶ୍ରମିକ ନେତା ନିରଞ୍ଜନ ପାଣିଙ୍କ ସଭାପତିତ୍ୱରେ ଅନୁÂିତ ହୋଇଥିଲା । ଏହି ସଭାରେ ସିଟୁ ନେତା ଦିବ୍ୟସିଂହ ନାୟକ, ରାଧା ଦାସ, ଦିଲିପ ନାୟକ, ବିଷ୍ଣୁ ଦାଶ, ପ୍ରତାପ ସେଠୀ, ମହେଶ୍ୱର ନାୟକ, ସେକ୍ ସନାଉଲ୍ଲା ବକ୍ତବ୍ୟ ଦେଇ ଓଡିଶା ସରକାରଙ୍କ ପରିବହନ ଶ୍ରମିକଙ୍କର ସାମ୍ବିଧାନିକ ଅଧିକାରକୁ ଖର୍ବ କରିବା ପାଇଁ ଏସ୍ମା ପରି କଳା କାନୁନକୁ ଉଠାଇ ଦେବାକୁ ଦାବି କରିଥିଲେ । ପରେ ନରେନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାଶେଷ କରାଯାଇଥିଲା ।

 

Leave A Reply

Your email address will not be published.