ନିଷିଦ୍ଧାଞ୍ଚଳ ଘୋଷଣା ହେଲା ୫ ନମ୍ବର ୱାର୍ଡ଼

0 3

ବୁଗୁଡା( ଡ଼ଃ. କୁମୁଦ ଚନ୍ଦ୍ର ବେହେରା ) : ବୁଗୁଡା ସହରର ୫ ନମ୍ବର ୱାର୍ଡ଼ ଏପ୍ରିଲ ୨୮ ତାରିଖ ସନ୍ଧ୍ୟାରୁ ନିଷିଦ୍ଧାଞ୍ଚଳ ଭାବେ ପ୍ରଶାସନ ଘୋଷଣା କରିଥିବା ଜଣାପଡିଛି। ଏହି ୱାର୍ଡରେ ଏକାଧିକ କରୋନା ପଜିଟିଭି ଚିହ୍ନଟ ପରେ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ୱାର୍ଡର ବିଭିନ୍ନ ସାହିର ପ୍ରବେଶ ଦ୍ୱାରରେ ଏନଏସି ପ୍ରଶାସନ ପକ୍ଷରୁ ବାରିକେଟ ନିର୍ମାଣ ଆରମ୍ଭ ହୋଉଥିବା ବେଳେ ଅଞ୍ଚଳରୁ କୌଣସି ବ୍ୟକ୍ତି ଯେପରି ବାହାରକୁ ଆସିବେ ନାହିଁ ଓ ବାହାର ବ୍ୟକ୍ତି ସାହି ମଧ୍ୟକୁ ପ୍ରବେଶ କରିବେ ନାହିଁ ସେଥିପାଇଁ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ, ଓ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ମିଳିତ ଭାବେ ଖସଡ଼ା ପ୍ରସ୍ତୁତ କରିଥିବା ଜଣାପଡିଛି।

Leave A Reply

Your email address will not be published.