ପିପିଲି ନିର୍ବାଚନମଣ୍ଡଳୀ ବିଜେଡି  ବରିଷ୍ଠ ନେତା ଦିଲ୍ଲୀପ ଦାସଙ୍କ ପରଲୋକ 

0 3

ଭୁବନେଶ୍ୱର(ଶାସକ ପ୍ରଶାସକ) ପିପିଲି ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଯଶୁଆପୁର ଗ୍ରା.ପ ର ସଭାପତି ଦିଲ୍ଲୀପ କୁମାର ଦାସଙ୍କର  ଆଜି  ହୃଦଘାତରେ ପରଲୋକ  ହୋଇଯାଇଛି | ଗତ କିଛି ଦିନ ହେଲା ସ୍ବର୍ଗତ ଦାସ ଅସୁସ୍ଥ ଥିଲେ | ଆଜି ତାଙ୍କୁ ଭୁବନେଶ୍ୱରରେ ମେଡିକାଲ ଚିକତ୍ସା ପାଇଁ ତାଙ୍କ ପତ୍ନୀ ଓ ପୁଅଙ୍କ ସହ ବିଜେଡି ସାଧାରଣ ସମ୍ପାଦକ ତଥା ଯଶୁଆପୁର ଦଳୀୟ ପର୍ଯ୍ୟବେକ୍ଷକ ବିଜୟ ନାୟକ ଏବଂ ନାୟାବ ସରପଞ୍ଚ କାଳୁ ଚରଣ ପରିଡା ଯାଉଥିବା ରାସ୍ତାରେ  ସେ ସଂଜ୍ଞାହୀନ ହୋଇଯାଥିଲେ | ତୁରନ୍ତ ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା | ଡାକ୍ତର ତାଙ୍କୁ ଦେଖିବା ପରେ ହୃଦଘାତ ଜନିତ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ! ସ୍ବର୍ଗତ ଦାସ ଯଶୁଆପୁର ପଂଚାୟତର ପୂର୍ବରୁ ସରପଞ୍ଚ ହୋଇ ବହୁ ବିକାଶମୂଳକ କାର୍ଯ୍ୟକ୍ରମ କରିଥିଲେ, ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କର ଜଣେ ଲଢୁଆ ସହଯୋଗୀ ଭାବେ ବିଜୁ ଜନତା ଦଳ ସଂଗଠନକୁ ମଜବୁତ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ ଥିଲା, ତାଙ୍କ ଅକାଳ ବିୟୋଗ ଖବର ପ୍ରସାରିତ ହେବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା | ଡାକ୍ତରଖାନାରେ ବହୁ ଦଳୀୟ କର୍ମୀ, ନେତୃମଣ୍ଡଳୀଙ୍କ ସମେତ ବିଧାୟକ ପାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ଶ୍ରୀକାନ୍ତ ସାହୁ, ପିପିଲି ବ୍ଲକ ଆତ୍ମ ଅଧକ୍ଷ ଧରଣୀଧର ସାହୁ, ପୁରୀ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କିଶୋର ଛୋଟରାୟ, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ସୁଜିତ ପାଲଟାସିଂ ପ୍ରମୁଖ ପହଂଚି ଶେଷଦର୍ଶନ କରିଥିଲେ ପରେ ତାଙ୍କ ମରାଶରୀରକୁ ତାଙ୍କ ନିଜ ଗାଁ ଯଶୁଆପୁରକୁ ନିଆଯାଇ ଅଂଚଳବାସୀଙ୍କ ଶେଷଦର୍ଶନ ପରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପୂର୍ଣ କରାଯାଇଥିଲା l ଏକମାତ୍ର ପୁତ୍ର ସୌଭାଗ୍ୟ ଦାସ ମୁଖାଗ୍ନି ଦେଇ ଥିଲେ, ସ୍ୱର୍ଗଦ୍ୱାରରେ ବଡ଼ଭାଇ ପ୍ରଦୀପ ଦାସ ଓ ଜ୍ଞlନ୍ତିକୁଟୁମ୍ବଙ୍କ ସମେତ ପର୍ଯ୍ୟବେକ୍ଷକ ବିଜୟ ନାୟକ, ପୂର୍ବତନ ସମିତି ସଭ୍ୟ ହରିହର ରାଉତ, ପୂର୍ବତନ ସରପଞ୍ଚ ପଦ୍ମନାଭ ସାମନ୍ତରାୟ, ପିପିଲି ବ୍ଲକ ଯୁବ ବିଜେଡି ଉପ-ସଭାପତି ଆଶିଷ ବରାଳ, ଯୁବ ବିଜେଡି ରାଜ୍ୟ ସମ୍ପାଦକ ଷ୍ଟାଲିନ ପରିଜା,ବିଜେଡି ନେତା ନିରଞ୍ଜନ ପ୍ରଧାନ, ସୁବୋଧ ମହାନ୍ତି, ରାଧୁଚରଣ ଜେନା,ମହିଳା ସଭାନେତ୍ରୀ ଲିପିକା ମହାପାତ୍ରଙ୍କ ସମେତ ଯୁବ-ଛାତ୍ର ନେତୃମଣ୍ଡଳୀ ଅନ୍ତେଷ୍ଟିକ୍ରିୟା ଉପସ୍ଥିତ ରହି ଶେଷଦର୍ଶନ କରିଥିଲେ l

 

Leave A Reply

Your email address will not be published.