ଦୁଇ ଦିନ ଅନ୍ତର ରେ ମା ପୁଅଙ୍କ ମୃତ୍ୟୁ, ବାପା ଶଯ୍ୟାଶାୟୀ

0 3

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ପଞ୍ଚାୟତ ନିଲଜିପତ୍ରା (ପତ୍ରାପାଲି) ଗ୍ରାମ ରେ ପ୍ରଥମେ ଦୁକାଳୁ ସତନାମୀ(୬୫) ଙ୍କ ପତ୍ନୀ ଦୁଇ ଦିନ ପରେ ତାଙ୍କ ପୁଅ ମନିରାମ ସତନାମୀ(୪୫) ଙ୍କ ମୃତ୍ୟୁ ହୋଇଯାଇଅଛି।କେଉଁ କାରଣ ରୁ ଏମାନଙ୍କ ମୃତ୍ୟୁ ଘଟିଛି ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ।ଆମ ପ୍ରତିନିଧି ପତ୍ରାପାଲି ଗ୍ରାମ କୁ ଯାଇ ଦୁକାଳୁ ସତନାମୀ ଏବଂ ମନିରାମ ସତନାମୀ ଙ୍କ ପତ୍ନୀ ନିଳାବାଇ ସତନାମୀ ଭେଟି ପଚାରି ବୁଝିଥିଲେ।ପରିବାର ଲୋକଙ୍କ କହିବା ଅନୁସାରେ କିଛିଦିନ ତଳେ ଦୁକାଳୁ ଙ୍କ ସ୍ତ୍ରୀ ଓ ତାଙ୍କ ପୁଅ ମନିରାମ ଙ୍କ ଦେହ ଅସୁସ୍ଥ ଥିଲା।ସେମାନଙ୍କୁ ଉଚ୍ଚ ଚିକତ୍ସା ନିମନ୍ତେ ଏକ ଘରୋଇ କ୍ଲିନିକ କୁ ନିଆଯାଇଥିଲା।ଡାକ୍ତର ଦେଖି ଔଷଧପତ୍ର ଦେଇ ଘର କୁ ଯିବା କୁ କହିଲେ।ଘରେ ମା ପୁଅ ଙ୍କ ମୃତ୍ୟୁ ହୋଇଛି ।ଦୁକାଳୁ ବର୍ତ୍ତମାନ ବାହୁନି ବାହୁନି କାନ୍ଦି ସେ ମଧ୍ୟ ଖଟ ରେ ଶଯ୍ୟାଶାୟୀ ଅଛନ୍ତି।ତାଙ୍କର ମଧ୍ୟ ଜ୍ଵର କାଶ ହେଉଥିବାର ଜଣା ଯାଇଛି।ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।ଝାରବନ୍ଧ ବ୍ଲକ ଅଞ୍ଚଳରେ ପ୍ରାୟ ପ୍ରତି ଗାଁ ରେ ଘରେ ଘରେ ଲୋକେ ଜ୍ଵର ରେ ଆକ୍ରାନ୍ତ ହୋଇଛନ୍ତି।ଗତ କିଛିଦିନ ହେଲା ପୁରୁଷ ଓ ମହିଳା, କିଶୋର ଯୁବକ ଯୁବତୀ ମାନଙ୍କୁ ଜ୍ଵର କାଶ ଥଣ୍ଡା ରୋଗରେ ଆକ୍ରାନ୍ତ ହୋଇଛନ୍ତି।ଜ୍ଵର ରେ ଆକ୍ରାନ୍ତ ହୋଇ ଗୌଡ଼ମାଲ,ସାନକନଜାରି,ତିଳେଇଦାଦର ବ୍ଲକ ର ଆହୁରି ଅନ୍ୟାନ୍ୟ ଗ୍ରାମ ରେ ଜ୍ଵର ରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଲାଣି।ଏହା କୁ ନେଇ ଅଞ୍ଚଳ ରେ ଆତଙ୍କ ଖେଳି ଯାଇ ଅଛି।ସ୍ବାସ୍ଥ୍ୟ ବିଭାଗ ପାଖରେ ଏ ସମ୍ପର୍କ ରେ ସୂଚନା ନାହିଁ।ବର୍ତ୍ତମାନ ପରିସ୍ଥିତିରେ ଡାକ୍ତରଖାନା କୁ ଯିବାକୁ ଉଚିତ ମଣୁ ନାହାନ୍ତି।ଡାକ୍ତରଖାନା କୁ ଗଲେ ପ୍ରଥମେ କରୋନା ରିପୋର୍ଟ ଆଣିବାକୁ ଡାକ୍ତର ମାନେ କହୁଥିବାରୁ କେହି ଯିବାକୁ ରାଜି ହେଉ ନାହାନ୍ତି।ଏ ଦିଗରେ ବରଗଡ଼ ସି.ଡି.ଏମଓ ଦୃଷ୍ଟି ଦେବାକୁ ଦାବି ହୁଏ।

Leave A Reply

Your email address will not be published.