ପାରାଦୀପ ପ୍ରେସ ମିଡିଆର ଉପଦେଷ୍ଟା ବହିଷ୍କୃତ

0

ପାରାଦୀପ(ଉପେନ୍ଦ୍ର ଗୁରୁ) ସଂଘ ବିରୋଧି କାର୍ଯ୍ୟକଳାପ ପାଇଁ ପାରାଦୀପ ପ୍ରେସ ମିଡିଆର ଉପଦେଷ୍ଟା ଏନ୍.ଏମ୍.ବୈଷାଖ (ମିଟୁ)ଙ୍କୁ ପ୍ରାଥମିକ ସଭ୍ୟ ତଥା ଉପଦେଷ୍ଟା ପଦବୀରୁ ବହିଷ୍କୃତ କରାଯାଇଛି । ପାରାଦୀପ ପ୍ରେସ ମିଡିଆର ଏକ ପ୍ରେସ ଇସ୍ତାହାରରୁ ପ୍ରକାଶଯେ ଗତ ଜୁଲାଇ ମାସ ୪ତାରିଖ ବୁଧବାର ଦିନ ସଂଘର ଅନ୍ୟତମ ବରିଷ୍ଠ  ଉପଦେଷ୍ଟା ଚିତ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ସଂଘ କାର୍ଯ୍ୟାଳୟ ଠାରେ ଆୟୋଜିତ ସାଧାରଣ ବୈଠକରେ ଉପସ୍ଥିତ ସଭ୍ୟ ମାନଙ୍କ ମତାମତ ନିଆଯାଇ ସଂଘ ବିରୋଧି କାର୍ଯ୍ୟକଳାପ ପାଇଁ ଶ୍ରୀ ବୈଷାଖଙ୍କୁ ବିହିଷ୍କୃତ କରାଯାଇଥିବାର ପାରାଦୀପ ପ୍ରେସ ମିଡିଆ ତରଫରୁ ସୂଚନା ଦିଆଯାଇଛି । ଆଗାମି ଦିନରେ ସଂଘରେ ସୃଙ୍ଖଳା ବଜାୟ ରଖିବାପାଇଁ ସଂଘର ସଭାପତି ବସନ୍ତ ସାହୁ ଓ ସାଧାରଣ ସଂମ୍ପାଦକ ବଟକୃଷ୍ଣ ଦାସ ନିବେଦନ କରିଛନ୍ତି । 

Leave A Reply

Your email address will not be published.