ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ସଦର ମହକୁମାରେ ମଙ୍ଗଳବାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଉଦଘାଟିତ ହୋଇଯାଇଛି। ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ. ମୁରଲୀ ଧର ଭର୍ଚୁଆଲ ମୋଡ଼ରେ ଏହି ବହୁ ପ୍ରତୀକ୍ଷିତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟକୁ ଉଦଘାଟନ କରିଥିଲେ ।ଜନସାଧାରଣଙ୍କ ଦ୍ୱାରା ଦେଶର ନ୍ୟାୟ ପ୍ରଦାନ ପରିପ୍ରେକ୍ଷୀରେ ଏହି କୋର୍ଟ ଉଦଘାଟନ କରା ଯାଇ ଥିବା ମୁଖ୍ୟ ବିଚାର ପତି ଏହି ଅବସରରେ ପ୍ରକାଶ କରିଥିଲେ।ସମ୍ବଲପୁର ଜିଲ୍ଲା ଦାୟିତ୍ୱରେ ଥିବା ଜଷ୍ଟିସ ଡ. ବି. ଆର ଷଡ଼ଙ୍ଗୀ କୋର୍ଟ ଉଦଘାଟନରେ ମୁଖ୍ୟ ବିଚାର ପତିଙ୍କ ସହ ଯୋଗ ଦେଇ ସମ୍ବଲପୁର ଜିଲ୍ଲା ରେଢାଖୋଲରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଖୋଲିବାର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ। ସମ୍ବଲପୁର ଜିଲ୍ଲା ଜର୍ଜ ବିରଞ୍ଚି ନାରାୟଣ ମହାନ୍ତି ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଥିବା ବେଳେ ରେଢାଖୋଲ ଓକିଲ ସଂଘ ସଭାପତି ଗଣେଶ୍ୱର ପ୍ରଧାନ, ସମ୍ପାଦକ ଉମାକାନ୍ତ ମହାନନ୍ଦ ଏ ଅବସରରେ ମାନ୍ୟବର ମୁଖ୍ୟ ବିଚାରପତିଙ୍କୁ ରେଢାଖୋଲ ଓକିଲ ସଂଘ ଓ ଜନସାଧାରଣଙ୍କ ତରଫରୁ ଅଶେଷ ଧନ୍ୟବାଦ ପ୍ରଦାନ ସହ ବକ୍ତବ୍ୟ ପ୍ରଦାନ କରିଥିଲେ। ଉଦଘାଟନୀ ଅବସରରେ ଅତିରିକ୍ତ ଜିଲ୍ଲା ଓ ଦୌରାଜର୍ଜ ଦୀପ୍ତି ପ୍ରକାଶ ବ୍ରହ୍ମା, ସବ ଜର୍ଜ ଅପୂର୍ବା ଚୌଧୁରୀ, ଏସଡିଜେଏମ ଅଞ୍ଜଳି ମାଛଖଣ୍ଡ, ,ସମ୍ବଲପୁର କୋର୍ଟ ପରିଚାଳକ ଗୁରୁଜିତ ମିଶ୍ର, ସମ୍ବଲପୁର ଓକିଲ ସଂଘ ସଭାପତି ପ୍ରମୋଦ କୁମାର ରଥ, ବରିଷ୍ଠ ଆଇନଜୀବୀ ବିଜିତେନ୍ଦ୍ର ପ୍ରଧାନ, ଶିବ ପ୍ରସାଦ ପ୍ରଧାନ, ଶମ୍ଭୁ ପ୍ରଧାନ, ଆଇନଜୀବୀ ରାଜକିଶୋର ପ୍ରଧାନ, ସରକାରୀ ଓକିଲ ଅଶୋକ ସେନାପତି, ନାରାୟଣ ତ୍ରିପାଠୀ, ଜନକ ବାଘ, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ତହସିଲଦାର ରୁବି ବେହେରା, ଓକିଲ ସଂଘ ସଦସ୍ୟ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଶେଷରେ ରେଢାଖୋଲ ଓକିଲ ସଂଘ ସମ୍ପାଦକ ଉମାକାନ୍ତ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post