ଭଦ୍ରକ (ସତ୍ୟଭୂଷଣ ସ୍ବାମୀ ) ଭଦ୍ରକ ସହରରେ ଧଳା ଜହର କାରବାର ବେଳେ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ ହୋଇଛି । ଏହି ସମୟରେ 35 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ଜଣାପଡିଛି। ଏଥିସହ ଗୋଟିଏ ବାଇକ ଜବତ ହୋଇଥିବା ବେଳେ ଜଣକୁ ଗିରଫ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ। ଖବର ଅନୁଯାୟୀ ଦୀର୍ଘଦିନ ଧରି ଭଦ୍ରକ ବନ୍ତ ଛକ ଠାରୁ ମଣିସାହୁ ଛକ ମଧ୍ୟରେ ବେଧଡ଼କ ଭାବେ ଚୋରା ବ୍ରାଉନ ସୁଗାର କରିବାର ଚାଲୁଥିଲା। ଏନେଇ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ନଜର ରଖାଯାଇଥିଲା। ଆଜି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଏକ ସ୍ଵତନ୍ତ୍ର ଟିମ ପକ୍ଷରୁ ମଣିସାହୁ ଛକ ନିକଟରେ ଥିବା ହନୁମାନ ମନ୍ଦିର ସମ୍ମୁଖରେ ଚଢାଉ କରାଯିବା ପରେ ଏହି ବ୍ରାଉନ ସୁଗାର କାରବାର ଧରାପଡ଼ିଥିଲା। ତେବେ ଏହି ବ୍ରାଉନ ସୁଗାର କେଉଁ ସ୍ଥାନରୁ ଆସିଥିଲା, ସେ ନେଇ ଚିତ୍ର ସ୍ପଷ୍ଟ ହୋଇନଥିବା ବେଳେ ଏନେଇ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।
Sign in
Sign in
Recover your password.
A password will be e-mailed to you.