ଝାରବନ୍ଧ-ମନୋହର ଦାଶ-କରୋନା ର ଦ୍ଵିତୀୟ ଲହର ରେ ସଂକ୍ରମଣ ଙ୍କ ସଂଖ୍ୟା ଯେଉଁ ଭଳି ଭାବରେ ବଢ଼ି ବଢି ଚାଲିଛି ଏହା ଉପରେ ରୋକ ଲଗାଇବା ନିମନ୍ତେ ରାଜ୍ୟ ସରକାର ଙ୍କ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇ ସପ୍ତାହନ୍ତ ଲକଡାଉନ କରାଯାଇଛି।ଦୁଇ ଦିନିଆ ସପ୍ତାହନ୍ତ ସଟଡାଉନ ପାଇଁ ଜଗଦଲପୁର ଝାରବନ୍ଧ ଥାନା ଅଞ୍ଚଳର ବିଭିନ୍ନ ପ୍ରବେଶ ପଥ ରେ ପୋଲିସ ପକ୍ଷରୁ ଯାଞ୍ଚ କୁ କଡାକଡି କରାଯାଇଛି।ଜଗଦଲପୁର ଥାନା ଅଧିକାରୀ ଲିଲିମାଲଳିତା ବାର୍ଳା ଙ୍କ ନିର୍ଦ୍ଧେଶ କ୍ରମେ ବିଭିନ୍ନ ଓଡିଶା ଛତିଶଗଡ଼ ସୀମାନ୍ତବର୍ତୀ ସ୍ଥାନ ମାନ ଙ୍କ ରେ ପୋଲିସ ଫୋର୍ସ ରହି ଯାଞ୍ଚ କରିଥିଲେ।ଆମଣିଆ ଙ୍କ ଠାରୁ ଜୋରିମାନା ଆଦାୟ ହୋଇଥିଲା।ଏ.ଏସ.ଆଇ ପ୍ରଦୀପ ପାଣି,ସତ୍ୟାନନ୍ଦ ଭୁଏ,ହାବିଲଦାର ଜିତେନ୍ଦ୍ର ଦାଶ ପ୍ରତି ସ୍ଥାନ କୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.