ଆଖି ବୁଜିଲେ କରୋନା ଯୋଦ୍ଧା ବିରାମ 

0 1

ବାରିପଦା(ଦିଲ୍ଲୀପ ମହାନ୍ତି): କରୋନାରେ ପ୍ରାଣ ହରାଇଛନ୍ତି ପୁଲିସ କର୍ମଚାରୀ ବିରାମ ସୋରେନ(୫୫)। କଟକ ବଡ଼ ମେଡିକାଲରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ବିରାମ। ବାରିପଦା ରିଜର୍ଭ ପୁଲିସରେ ମୃତକ କାର୍ଯ୍ୟରତ ଥିଲେ। କିଛି ଦିନ ତଳେ ଜିଲ୍ଲାର ଯାମଦା ଥାନାରେ ଡିଉଟି କରୁଥିବା ସମୟରେ ତଳେ ପଡ଼ି ବେହୋସ୍ ହୋଇଯାଇଥିଲେ ବିରାମ। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଭୁବନେଶ୍ବରସ୍ଥିତ ସମ୍ ହସ୍ପିଟାଲରେ ପରୀକ୍ଷାରୁ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା। ମୃତ କରୋନା ଯୋଦ୍ଧା ବିରାମଙ୍କ ଘର ବହଳଦା ଥାନା ଦଲ୍କି ଗ୍ରାମରେ। ଆଜି ବିରାମଙ୍କୁ ବାରିପଦାସ୍ଥିତ ପୁଲିସ ପଡ଼ିଆରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ଶେଷ ଦର୍ଶନ ପରେ କୋଭିଡ ପ୍ରୋଟୋକଲ ମଧ୍ୟରେ ଅନ୍ତିମ ସତ୍କାର ସମ୍ପନ୍ନ ହୋଇଥିଲା। ଶ୍ରଦ୍ଧାଞ୍ଜଳୀ ସଭାରେ ଏସ୍ପି ସ୍ମିତ୍ ପି ପରମାରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଜିଲ୍ଲା ହାବିଲଦାର କନେଷ୍ଟବଳ ସଂଘ ସଭାପତି ପ୍ରମୋଦ କୁମାର ଦାସଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

 

କରୋନା ଲଢେଇରେ ଜିତିବା ଆମେ, ଜିତିବ ମାନବତା : ସଚେତନ ରୁହନ୍ତୁ,  ନିଜେ ସୁସ୍ଥ ରହି ଅନ୍ୟକୁ ସୁସ୍ଥ ରଖନ୍ତୁ

ନିବେଦକ : ଶାସକ ପ୍ରଶାସକ 

Leave A Reply

Your email address will not be published.