ଦିଲ୍ଲୀ ବିଜେପି ରିଲିଫ୍‌ ଅଭିଯାନ ସଂର୍ପକରେ ବୈଜୟନ୍ତ ପଣ୍ଡାଙ୍କ ଆଲୋଚନା 

0 2

ଭୁବନେଶ୍ବର/ ନୂଆଦିଲ୍ଲୀ, – ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଏବଂ ଦିଲ୍ଲୀ ପ୍ରଦେଶ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆଜି ଭରଚୁଆଲ ବୈଠକ ମାଧ୍ୟମରେ ଦିଲ୍ଲୀ ବିଜେପି ରିଲିଫ୍‌ ଅଭିଯାନ କାର୍ଯ୍ୟକ୍ରମ ସଂର୍ପକରେ ଦଳର ବରିଷ୍ଠ ପଦାଧିକାରୀ, ବିଧାୟକ, ସାଂସଦ ମାନଙ୍କ ସହ ଆଲୋଚନା କରିଛନ୍ତି।

କୋଭିଡ ସଂର୍ପକୀତ ତଥ୍ୟ ଓ ସାହାଯ୍ୟ ନିମନ୍ତେ ଦଳ ତରଫରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଏହି ନମ୍ବରରେ ପ୍ରତିଦିନ ଶତାଧିକ ଲୋକ ଯୋଗାଯୋଗ କରୁଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟ କରାଯାଉଛି୤ ଦଳୀୟ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଗୃହ ସଙ୍ଗରୋଧରେ ରହିଥିବା ପରିବାର ଗୁଡିକୁ ଖାଦ୍ୟ ଯୋଗାଉଛନ୍ତି। ଦିଲ୍ଲୀର ସାଂସଦ ମାନେ ପ୍ରବାସୀ ଶ୍ରମିକ ମାନଙ୍କୁ ସେମାନଙ୍କ ନିଜ ରାଜ୍ୟକୁ ଫେରିବା ପାଇଁ ସାହାଯ୍ୟ କରିବା ସହ ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଇଁ ଆବଶକୀୟ ଅମ୍ଳଜାନ ଓ ଔଷଧ ଯୋଗାଇ ଦେଉଛନ୍ତି।

Leave A Reply

Your email address will not be published.