ଏବେ ସୁଦ୍ଧା ଇସ୍ପାତ୍ କାରଖାନାରୁ ୧.୪୩ ଲକ୍ଷ ମେଟ୍ରିକ୍ ଟନ୍ ମେଡ଼ିକାଲ ଅକ୍ସିଜେନ ଉପଲବ୍ଧ କରାଯାଇଛି – ଧର୍ମେନ୍ଦ୍ର ପ୍ରଧାନ

0 2

ନୂଆଦିଲ୍ଲୀ/ଭୁବନେଶ୍ୱର– ସାରା ଭାରତବର୍ଷର ଇସ୍ପାତ୍ କାରଖାନା ଗୁଡ଼ିକ ପକ୍ଷରୁ ବର୍ତମାନ ସୁଦ୍ଧା ୧.୪୩ ଲକ୍ଷ ମେଟ୍ରିକ୍ ଟନ୍ ଲିକ୍ୟୁଇଡ୍ ମେଡ଼ିକାଲ ଅକ୍ସିଜେନ ଉପଲବ୍ଧ କରାଯାଇଥିବା ବେଳେ ସେଥିମଧ୍ୟରୁ ରାଷ୍ଟ୍ରାୟତ ଇସ୍ପାତ୍ ଉଦ୍ୟୋଗ ଗୁଡ଼ିକ ୩୯ ହଜାର ମେଟ୍ରିକ୍ ଟନରୁ ଅଧିକ ଅକ୍ସିଜେନ ଉପଲବ୍ଧ କରାଇଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୋଭିଡ୍-୧୯ ମହାମାରୀର ଲଢେ଼ଇ କରିବା ପାଇଁ ଦେଶ ଏକାଠୀ ହୋଇଛି । ଇସ୍ପାତ୍ କ୍ଷେତ୍ର ମଧ୍ୟ ଏହି କୋଭିଡ୍-୧୯ ଯୁଦ୍ଧରେ ଦେଶବାସୀଙ୍କ ସାଥିରେ ରହିଛନ୍ତି । ସାରା ଭାରତବର୍ଷର ଇସ୍ପାତ କାରଖାନା ଗୁଡ଼ିକ ମେଡ଼ିକାଲ ଅକ୍ସିଜେନ ଯୋଗାଉଛନ୍ତି । ଓଡ଼ିଶାର ରାଉରକେଲା ଇସ୍ପାତ କାରଖାନା ଏବଂ ଟାଟା ଷ୍ଟିଲର କଳିଙ୍ଗ ନଗର କାରଖାନାରୁ ଦିଲ୍ଲୀକୁ ମେଡ଼ିକାଲ ଅକ୍ସିଜେନ ଯୋଗାଯାଉଛି ।

ଗତକାଲି ଭାଇଜାଗର ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ(ଆରଆଇଏନଏଲ)ରୁ ଏକ ଅକ୍ସିଜେନ ଟ୍ରେନ ମହାରାଷ୍ଟ୍ରକୁ ପଠାଯାଇଛି । ଆଜି ମଧ୍ୟ ବୋକାରୋ ଇସ୍ପାତ୍ କାରଖାନାରୁ ଅନ୍ୟ ଏକ ଅକ୍ସିଜେନ ଟ୍ରେନ ଉତ୍ତରପ୍ରଦେଶକୁ ପଠାଯାଇଛି । ବର୍ତମାନର କଠିନ ସମୟରେ ଇସ୍ପାତ୍ କମ୍ପାନୀମାନେ ଏକାଠି ହେବା ସହ ଦେଶର ଆହ୍ୱାନ କ୍ରମେ ମେଡିକାଲ  ଅକ୍ସିଜେନ ଉତ୍ପାଦନ ପାଇଁ ଦିନରାତି ୨୪ ଘଂଟା କାମ କରୁଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

 

କରୋନା ଲଢେଇରେ ଜିତିବା ଆମେ, ଜିତିବ ମାନବତା : ସଚେତନ ରୁହନ୍ତୁ,  ନିଜେ ସୁସ୍ଥ ରହି ଅନ୍ୟକୁ ସୁସ୍ଥ ରଖନ୍ତୁ

ନିବେଦକ : ଶାସକ ପ୍ରଶାସକ 

 

Leave A Reply

Your email address will not be published.