କାରରୁ ୪୭ କେଜି ଗଞ୍ଜେଇ ଜବତ :  ଡ଼୍ରାଇଭର ଫେରାର

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ମୋହନା ଥାନା ପୁଲିସ ଲୁହାଗୁଡି ଛକରେ ଏକ କାରରୁ ୪୭ କେଜି ଗଞ୍ଜେଇ ଜବତ କରିଛି। ଘଟଣା ସ୍ଥଳରୁ ଅଭିଯୁକ୍ତ ଡ୍ରାଇଭର କାରଟି ରଖିଦେଇ କେଉଁଆଡେ ଫେରାର ହୋଇଯାଇଛି। ବୁଧବାର ଠାରୁ ଏକ ଅଜଣା କାରଟି ଢ଼ାବା ଛକରେ ରଖାଯାଇଥିବା ଦେଖି ପୁଲିସ ସନ୍ଦେହ କରି ୨୪ ଘଣ୍ଟା ପରେ ଗାଡିକୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ମୋହନା ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଯାଞ୍ଚ କରାଯାଇ ଥିଲା ।

 ଯାଞ୍ଚ ବେଳେ କାର ଡିକିରୁ ୨ ବସ୍ତା ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.