ସର୍ବସାଧାରଣଙ୍କ ପାଇଁ ପୁଣିଥରେ ବନ୍ଦ ହେଲା ମହାପ୍ରଭୁଙ୍କ ଦର୍ଶନ

0 2

ବରଗଡ଼ :- ଦିନକୁ ଦିନ ବଢ଼ିବାରେ ଲାଗିଛି ମହାମାରୀ କୋରୋନା ର ପ୍ରକୋପ । ପ୍ରତ୍ୟେକ ଦିନ ଜିଲ୍ଲା ରୁ ବାହାରୁଛନ୍ତି ଶହ ଶହ ସଂକ୍ରମିତ । ଜିଲ୍ଲାରେ ବ୍ୟାପୁଥିବା ସଂକ୍ରମଣ ଚିନ୍ତା ବଢ଼ାଉଛି ଜିଲ୍ଲା ପ୍ରଶାସନର । ସରକାର ଙ୍କର କୋବିଡ଼ କଟକଣା ସତ୍ତ୍ୱେ ଆୟତ୍ତ କରାଯାଇ ପାରୁନାହିଁ ତୀବ୍ର ଗତିରେ ବ୍ୟାପୁଥିବା ସଂକ୍ରମଣ କୁ । ଇତି ମଧ୍ୟରେ ସରକାର ଙ୍କର ତରଫରୁ ଅନେକ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଆଜି ବରଗଡ଼ ଜିଲ୍ଲାପାଳ ଙ୍କର ନିର୍ଦେଶ ମତେ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ରେ ମହାପ୍ରଭୁଙ୍କ ଦର୍ଶନ ଉପରେ  ପରବର୍ତ୍ତୀ ଅଦେଶ ପର୍ଯନ୍ତ କଟକଣା ଲାଗିଛି । କୋଣସି ଭକ୍ତ କିମ୍ବା ଯାତ୍ରୀ ବର୍ତ୍ତମାନ ମହାପ୍ରଭୁଙ୍କର ଦର୍ଶନ କରିପାରିବେ ନାହିଁ । ମନ୍ଦିର ବାହାରୁ ମହାପ୍ରଭୁ ଙ୍କୁ ମୁଣ୍ଡିଆ ମାରି ଓ ଧୂପଦୀପ ଅର୍ପଣ କରିବେ । କୋବିଡ଼ କଟକଣା କାରଣରୁ ଯାତ୍ରୀ ଓ ପର୍ଯଟକ ମାନଙ୍କୁ ମନ୍ଦିର ପରିବେଶ ଭିତରକୁ ନିୟମ ମାନି ପ୍ରବେଶ କରିବାକୁ ଅନୁରୋଧ କରାଯାଇଛି । ମହାପ୍ରଭୁଙ୍କ ନୀତିକାନ୍ତି ସାମାନ୍ୟ ରହିବ ବୋଲି କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ଦେଇଛନ୍ତି ।    ଅନ୍ୟପଟେ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଭଟଳିର ପ୍ରସିଦ୍ଧ ଦାଢ଼ିବମାନ ମନ୍ଦିର ଓ ଶ୍ରୀ ଶ୍ୟାମ ମନ୍ଦିର ରେ ମଧ୍ୟ ଭକ୍ତ ଓ ଯାତ୍ରୀ ମାନଙ୍କର ପ୍ରବେଶ ଉପରେ କଟକଣା ଲଗାଯାଇଥିବା ବେଳେ କେବଳ ମହାପ୍ରଭୁଙ୍କ ଙ୍କର ନୀତିକାନ୍ତି ସମ୍ପାଦନ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.