ନରସିଂହ ମିଶ୍ର କୋଭିଡ଼ ପଜିଟିଭ 

0 2

ବଲାଙ୍ଗୀର/ ନିରୋଜ ମିଶ୍ର:  କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଆଜି ପୂର୍ବହ୍ନରେ ବଲାଙ୍ଗିର ସ୍ଥିତ ବାସଭବନରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ। ସେଥିରେ ତାଙ୍କର ନମୁନା ପଜିଟିଭ ଥିବା ଜଣାପଡ଼ିଛି। କରୋନା ପୋଜିଟିଭ ଥିବା ସତ୍ୱେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସାଧାରଣ ରହିଛି। ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ଏହି କିଛି ଦିନ ମଧ୍ୟରେ ଯୋଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଦୟାକରି ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ। ଏହାସହ ସମସ୍ତେ ମାସ୍କ ବ୍ୟବହାର, ସାମାଜିକ ଦୂରତା ଓ କୋଭିଡ ନିୟମ ପାଳନ କରନ୍ତୁ ବୋଲି ବଲାଙ୍ଗିର ଜନସାଧାରଣଙ୍କୁ ସେ ନିବେଦନ କରିଛନ୍ତି। ସୂଚନା ଯୋଗ୍ୟ, ଶ୍ରୀ ମିଶ୍ର କରୋନା ଟିକାର ଉଭୟ ଡୋଜ୍ ନେଇ ସାରିଛନ୍ତି।

 

କରୋନା ଲଢେଇରେ ଜିତିବା ଆମେ, ଜିତିବ ମାନବତା : ସଚେତନ ରୁହନ୍ତୁ,  ନିଜେ ସୁସ୍ଥ ରହି ଅନ୍ୟକୁ ସୁସ୍ଥ ରଖନ୍ତୁ

ନିବେଦକ : ଶାସକ ପ୍ରଶାସକ 

Leave A Reply

Your email address will not be published.