ସଂକ୍ରମଣ କୁ ଦେଖି ପ୍ରଶାସନ ସଜାଗ। 

0 2

ଟିଟିଲାଗଡ, (ଗୌରବ ଦର୍ଜୀ )-ବଲାଙ୍ଗିର ଜିଲ୍ଲା ରେ କରୋନା ସଂକ୍ରମଣ ଦୃତ ଗତି ରେ ବଢ଼ିଚାଲିଛି। ପ୍ରତି ଦିନ ୨୦୦ ରୁ ଅଧିକ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳୁଛି। ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ଏକ ବଡ ସବ-ଡିଭିଜନ । ଏଠାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଟିଟିଲାଗଡ ରେ ପ୍ରତି ଦିନ ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଦିନ ୪୧ ଜଣ ଓ ମଙ୍ଗଳବାର ଦିନ ୨୭ ଜଣ ସଂକ୍ରମିତ ଙ୍କ ସୂଚନା ମିଳିଛି। ଗୋଟିଏ ପଟେ ସଂକ୍ରମିତ ଙ୍କ ସଂଖ୍ୟା ବଢୁଛି ଅନ୍ୟପଟେ ପ୍ରଶାସନ ର ଟିଟିଲାଗଡ ବାସୀଙ୍କୁ ବାରମ୍ବାର ସଜାଗ କରିବାରେ ଲାଗିଛି। ଆଜି ଟିଟିଲାଗଡ ତହସିଲଦାର ପ୍ରେମଲାଲ୍ ହିଆଲ ସନ୍ଧ୍ୟା ୬ ଟା ସମୟ ରେ ରାତ୍ରୀକାଳୀନ କର୍ଫ୍ୟୁ ଆରମ୍ଭ ସମୟରେ ସହର ର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କୁ ଦୋକାନ ବନ୍ଦ କରିବା ସହ ଅମାନିଆ ମାନଙ୍କୁ ତାଗିଦ୍ ମଧ୍ୟ କରିଥିଲେ। ଯେଉଁ ଅମାନିଆ  ମାନେ କରୋନା ନିୟମ କୁ ଉଲଂଘନ କରୁଛନ୍ତି ସେମାନଙ୍କ ପ୍ରତି  ଟିଟିଲାଗଡ ପୋଲିସ ପ୍ରଶାସନ କୁ ମଧ୍ୟ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କରୋନ କଟକଣା କୁ ମାନିବା ପାଇଁ  ପ୍ରଶାସନ ଦ୍ବାରା ସହର ରେ ବାରମ୍ବାର ତାଗିଦ କରିବା ସତ୍ତ୍ୱେ ଅନେକ ସ୍ଥାନରେ ଲୋକେ ନିୟମ ପାଳନ କରୁନଥିବା ଦେଖିବାକୁ ମିଳୁଛି। ତେଣୁ ପ୍ରଶାସନ ଦ୍ଵାରା ଆହୁରି ଅଧିକ କଠିନ କଟକଣା ଜାରୀ କରିବା ଉଚିତ୍ ବୋଲି ବିଦ୍ଧିଜିବି ମାନଂକ ମହଲ ରେ ଚର୍ଚ୍ଚା ଚାଲିଛି।

Leave A Reply

Your email address will not be published.