୧୮ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ନିମ୍ନମାନର ଓ ଅସମ୍ପୂର୍ଣ୍ଣ : ମାତ୍ର ଟୋଲ ଟ୍ୟାକ୍ସ ଆଦାୟ ଆରମ୍ଭକୁ ବାରିପଦା ଟାଉନ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ

0 2

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଛି । ରାଜପଥର ନିର୍ମାଣ କାର୍ଯ୍ୟର ତଦାରଖ କରିବା ନିମନ୍ତେ କୌଣସ ପଦାଧିକାରୀ ବା ଅଧିକାରୀମାନଙ୍କ ଦେଖାସାକ୍ଷାତ ନ ଥିବାରୁ ନିର୍ମାଣ କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ନିଜ ଇଚ୍ଛା ମୁତାବକ କାର୍ଯ୍ୟ ଚଳାଇଛି । ରାଜପଥର ଗୋଟାଏ ପାଶ୍ୱର୍ରୁ ମାଟି ଉଠାଇ ଅନ୍ୟ ଗୋଟାଏ ପାଶ୍ୱର୍ରେ ପକାଇ ତା ଉପରେ ମୋରମ ଆଦି ବିଛାଇ ରୋଲାର ଚଳାଯାଉଛି । ଫଳରେ ଅଧା ସଠିକ୍ ଢ଼ଙ୍ଗରେ କାର୍ଯ୍ୟ ହେଉଥିବା ବେଳେ ଅଧା କାର୍ଯ୍ୟ ନିମ୍ନମାନର ହେଉଛି । ପୁଣି, ରାଜପଥର ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି । ଓଭର ବ୍ରିଜ ନିର୍ମାଣ ସାଙ୍ଗକୁ ରାଜପଥର ବିଭିନ୍ନ କାର୍ଯ୍ୟ ବାକି ରହିଯାଇଥିବା ବେଳେ ୧୮ ନମ୍ବର ରାଜପଥର କଳାବାଡ଼ିଆ ଓ ବୈଶିଙ୍ଗା ଥାନା ପଦ୍ମନାଭପୁରଠାରେ ଟୋଲ ଟ୍ୟାକ୍ସ ଆଦାୟ ଆରମ୍ଭ ହୋଇଥିଲା । ମାତ୍ର କଳାବାଡ଼ିଆଠାରେ ସ୍ଥାନୀୟ ଅଧିବାସୀଙ୍କ ତୀବ୍ର ବିରୋଧ କାରଣରୁ ଉକ୍ତ ଫାଟକରେ ଟୋଲ ଟ୍ୟାକ୍ସ ଆଦାୟ ଆପାତତଃ ବନ୍ଦ ରହିଥିବା ବେଳେ ବୈଶିଙ୍ଗା ପଦ୍ମନାଭପୁର ନିକଟରେ ଟୋଲ ଆଦାୟ ଜାରି ରହିଛି । ବର୍ତ୍ତମାନ ବିଶ୍ୱମହାମାରୀ କରୋନା ଶିଳ୍ପ ବିହୀମ ମୟୂରଭଞ୍ଜବାସୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଥିବା ବେଳେ ଟୋଲ ଆଦାୟ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଓ ଏହି ନିଷ୍ପତ୍ତି ବୋଝ ଉପରେ ନଳିତାବିଡ଼ା ସଦୃଶ୍ୟ । ମୟୂରଭଞ୍ଜ ଲୋକସଭା ସାଂସଦଙ୍କ ପରାମର୍ଶଦାତା ତଥା ବ୍ୟକ୍ତିଗତ ସହାୟକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଖ ଲୋକ ଟୋଲ ଆଦାୟ ନିମନ୍ତେ ସବଲେଟରେ ଆଣି ରାଜପଥ ସମ୍ପୂର୍ଣ୍ଣ ହେବା ପୂର୍ବରୁ ବଳପୂର୍ବକ ଟୋଲ ଆଦାୟ କରୁଥିବା ବେଳେ ସାଂସଦ ଏହାକୁ ସମର୍ଥନ ଜଣାଇ ସାମ୍ବାଦିକ ସମ୍ମିଳନୀ କରିବା ଅତ୍ୟନ୍ତ ଲଜ୍ୟା ଜନକ । ଏଣୁ ୧୮ ନମ୍ବର ଜାତୀୟ ରାଜପଥରେ ଟୋଲ ଆଦାୟକୁ ତୁରନ୍ତ ବନ୍ଦ କରାଯିବା ସାଙ୍ଗକୁ ଭବିଷ୍ୟତରେ ଟୋଲ ଆଦାୟ କାର୍ଯ୍ୟ ଆରମ୍ଭ ହେଲେ ସେଥିରେ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ଦେବା ଓ ସ୍ଥାନୀୟ ଅଞ୍ଚଳର ଗାଡ଼ିମୋଟର ଯାତାୟତକୁ ଦେୟ ମୁକ୍ତ କରାଇବା ନିମନ୍ତେ ବାରିପଦା ନଗର କଂଗ୍ରେସ କମିଟି ସଭାପତି ଶାନ୍ତନୁ ପାଲଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ସସ୍ମୀତା ଘୋଷାଲ, ଜଞ୍ଜୟ ସେଠୀ, କୁଶ ବେହେରା, ସୁଶାନ୍ତ ବିଶ୍ୱାଳ, ଅମୂଲ୍ୟ ପାଣିଗ୍ରାହୀ, ରବୀନ୍ଦ୍ର ମହାନ୍ତ, ରଘୁ ରାଉତ, କୌଶିକ ମିଶ୍ର, ଜ୍ୟୋତି ଦାଶ, ତାରାକାନ୍ତ ବେହେରା ପ୍ରମୁଖ ମୟୂରଭଞ୍ଜ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ୭ ଦିନ ମଧ୍ୟରେ ଏହାର ପ୍ରତିକାର କରାଇବା ନିମନ୍ତେ  ଦାବୀପତ୍ର ପ୍ରଦାନ କରିଛନ୍ତି । 

 

Leave A Reply

Your email address will not be published.