ଶ୍ରୀରାମନବମୀ ଉପଲକ୍ଷେ ୧୦୮ କଳସ ଶୋଭାଯାତ୍ରା 

0 2

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : ଭଦ୍ରକ ଐତିହାସିକ ରାମନବମୀ ପାଇଁ ଆଜିଠୁ ୩ଦିନ ବ୍ୟାପି ଭଦ୍ରକ ଗାନ୍ଧିପଡ଼ିଆରେ ଶ୍ରୀରାମ ମହାଯଜ୍ଞ ସମିତି ଭଦ୍ରକ ପକ୍ଷରୁ ଶ୍ରୀରାମ ନବମୀ ମହାଯଜ୍ଞ ଆରମ୍ଭ । ଏହି ଉପଲକ୍ଷେ ଆଜି କରୋନା କଟକଣା ମଧ୍ୟରେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଦିବା ୩ଘଟିକା ୩୦ ମିନିଟ ସମୟରେ ୧୦୮ ମହିଳା କଳସ ଶୋଭାଯାତ୍ରା ଗାନ୍ଧିପଡ଼ିଆରୁ ବାହାରି ସାହାପୁର ସାଳନ୍ଦୀ ନଦୀ ଘାଟ ପର୍ଯ୍ୟନ୍ତ ଯାଇ ସେଠୁ ଜଳ ନେଇ ବନ୍ତଛକ ହୋଇ ସହର ପରିକ୍ରମା କରି ପୁନର୍ବାର ଗାନ୍ଧିପଡ଼ିଆକୁ ଆସିବ। ଏହା ପୂର୍ବରୁ ବିଭିନ୍ନ ଧାର୍ମିକ ପୀଠ ଯଥା ଆରଡ଼ି, ଭଦ୍ରକାଳୀ ଏବଂ ବିରଜା କ୍ଷେତ୍ରରୁ ଆଜ୍ଞାମାଳ ଦିବା ୧ ଘଟିକା ମଧ୍ୟରେ ଗାନ୍ଧିପଡ଼ିଆରେ ଆସି ପହଞ୍ଚିବ। ଆଜିଠୁ ୩ ଦିନ ବ୍ୟାପି ଶ୍ରୀରାମ ନବମୀ ଯଜ୍ଞ ଆରମ୍ଭ ହେବ। ଏଣୁ ସମସ୍ତଙ୍କୁ ଅନୁରୋଧ ସମସ୍ତେ କରୋନା କଟକଣା ମଧ୍ୟରେ ସାମିଲ ହୁଅନ୍ତୁ।

Leave A Reply

Your email address will not be published.