ମାଁ ସମଲେଶ୍ବରୀଙ୍କ ଦର୍ଶନରେ କଟକଣା।

0 3

 ସମ୍ବଲପୁର(ରମାକାନ୍ତ ବିଶ୍ୱାଳ ):-ଆଜିଠାରୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଦର୍ଶନରେ ଲାଗିଲା କଟକଣା। ସନ୍ଧ୍ୟା ୫ ଟା ପରେ ମାଙ୍କର ଦର୍ଶନ ସମ୍ପୁର୍ଣ୍ଣ ମନା। କାରଣ ଆଜିଠାରୁ ରାତ୍ରି କାଳୀନ କର୍ଫ୍ୟୁ ସନ୍ଧ୍ୟା ୬ ଟାରୁ ଆରମ୍ଭ ହେଉଛି। ଏଣୁ ଭକ୍ତ ମାନଙ୍କୁ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ନିବେଦନ କରାଯାଇଛି ସନ୍ଧ୍ୟା୫ ଟା ପରେ ମାଁ ଙ୍କ ଦର୍ଶନ କରିହେବ ନାହିଁ। ହେଲେ ମାଙ୍କର ସମସ୍ତ ରୀତିନୀତି ପୂଜକ ମାନେ ବିନା ଭକ୍ତରେ କରିବେ। ମାଙ୍କର ସନ୍ଧ୍ୟା ଆଳତୀକୁ ଭକ୍ତ ମାନେ ଦେଖିବା ପାଇଁ ଦୂର ଦୁରାନ୍ତରୁ ଆସିଥାନ୍ତି। ହେଲେ ଆଜିଠୁ ଏହି ଆଳତୀକୁ ଡିଜିଟାଲ ମାଧ୍ୟମରେ ଭକ୍ତ ଦର୍ଶନ କରିବେ। ସମ୍ବଲପୁରରେ କରନାର  ଦ୍ରୁତ ବୃଦ୍ଧି ଯୋଗୁଁ ଏଭଳି କରାଯାଇଛି ବୋଲି ମନ୍ଦିର ସଭାପତି କହିଛନ୍ତି।

Leave A Reply

Your email address will not be published.