ଖଇରମାଲରେ କରୋନା ସଚେତନତା I

0 3

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) :  ଯୁଯୋମୁରା ବ୍ଲକ ଅନ୍ତର୍ଗତ ନୂଆଁବରଙ୍ଗାମାଲ ପଞ୍ଚାୟତର ଖଇରମାଲ ଠାରେ ରବିବାର କରୋନା ସଚେତନତା ସଭା ଅନୁଷ୍ଟିତ ହୋଇଛି। ମହିଳା ସ୍ୱୟଂ ସହାୟକ ଦଳକୁ ନେଇ ସଭାରେ କରୋନାର କାୟା ବୃଦ୍ଧିର କାରଣ ଓ ଏହାର ନିରାକରଣ ତଥା ପ୍ରତିକାରାତ୍ମକ ବ୍ୟବସ୍ଥା ସ୍ୱରୂପ ଜନ ସାଧାରଣଙ୍କ କଣ ସବୁ ଦାୟିତ୍ୱ ଓ କର୍ତ୍ତବ୍ଯ ରହିଛି ସେ ସଂପର୍କରେ ସାମାଜିକ କର୍ମୀ ତଥା ଆୟୁଷ ଡାକ୍ତର ରାଜାରାମ ଷଡଙ୍ଗୀ ସଚେତନ କରିଥିଲେ । କରୋନା ପ୍ରକୋପକୁ ପ୍ରତିହତ କରିବାରେ ମହିଳା ମାନଙ୍କ ଗୁରୁ ଦାୟିତ୍ୱ ରହିଥିବାରୁ ଜୀବନ ଶୈଳୀରେ ପରିବର୍ତ୍ତନ ଆଣି ଖାଦ୍ୟପେୟ ତଥା ଚାଳିଚଳନରେ ସାମାନ୍ୟ ଦୃଷ୍ଟି ଦେବା ସହିତ ସରକାରଙ୍କ ସମସ୍ତ ସଚେତନତା ବାର୍ତ୍ତା କୁ ଗ୍ରହଣ କଲେ କରୋନା ମହାମାରୀକୁ ଆମେ ପ୍ରତିହତ କରିପାରିବା ବୋଲି କହି ସମସ୍ତ ବରିଷ୍ଟ ନାଗରିକ କରୋନା ଟୀକାକରଣରେ ସାମିଲ ହେବାକୁ ଅନୁରୋଧ କରିଥିଲେ ।

       ଏଠାରେ ସୂଚନା ଯୋଗ୍ୟଯେ, ଯୁଯୋମୁରା ବ୍ଲକରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଭଳି ସଚେତନତା ସଭାକୁ ନେଇ ମହିଳା ମାନଙ୍କ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇ ପ୍ରତ୍ୟେକ ଗ୍ରାମରେ ଏଭଳି ସଚେତନା ସୃଷ୍ଟି କରାଗଲେ ସଂପ୍ରତି ଗ୍ରାମାଞ୍ଚଳରେ ବୃଦ୍ଧି ପାଉଥିବା ଏହି କରୋନାକୁ କେତେକାଂଶରେ ରୋକାଯାଇ ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.