ସମ୍ବଲପୁର (ରମାକାନ୍ତ ବିଶ୍ୱାଳ) – ସମ୍ବଲପୁର ପୋଲିସ ଦ୍ୱାରା ନକଲି ଇନକମ ଟାକ୍ସ ଅଫିସର ଗିରଫ। ବାଙ୍ଗାଲୁରୁ ରୁ ଗିରଫ। ଏହି ନକଲି ଇନକମ ଟେକ୍ସ ଅଫିସର କୁ ଗିରଫ କରାଯାଇଥିବା ସୁଚନା ଦେଇଛନ୍ତି ସମ୍ବଲପୁର ଏସପି । ଗତ କିଛି ମାସ ମଧ୍ୟରେ ସାରା ଦେଶ ସହ ସମ୍ବଲପୁର ଓ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏକାଧିକ ଅଞ୍ଚଳରେ ସୁନା ଦୋକାନ ରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବା ପୋଲିସ ରେ ଅଭିଯୋଗ ହୋଇଥିଲା । ତେବେ ଏନେଇ ସମ୍ବଲପୁର ପୋଲିସ ତଦନ୍ତ ଯାରି ରଖିଥିଲା । ତେବେ ଶେଷରେ ସମ୍ବଲପୁର ପୋଲିସ ସୁନା ଠକ କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ନା ରେ ସମ୍ବଲପୁର, ପୁରୀ, ବ୍ରହ୍ମପୁର, ଝାରସୁଗୁଡାରେ କେସ ହୋଇଛି। ଏଥିସହ ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ସ୍ଥାନରେ ଠକେଇ ଅଭିଯୋଗ ହୋଇଛି। ଅଭିଯୁକ୍ତ ଠାରୁ ପୋଲିସ 131.98 ଗ୍ରାମ ସୁନା ଜବତ କରାଯାଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସ.ପି ବାତୁଲା ଗଙ୍ଗାଧର ।
Sign in
Sign in
Recover your password.
A password will be e-mailed to you.
Next Post