ଭୁବନେଶ୍ୱର(ଶାସକ ପ୍ରଶାସକ) : ଏପ୍ରିଲ ୧୭ ତାରିଖ ମହାନ ଜନନାୟକ, ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ରାଜ୍ୟ ଯୁବ କଲ୍ୟାଣ ପରିଷଦ ଦ୍ବାରା ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମଧୁସୂଦନ ମାର୍ଗ ସ୍ଥିତ ବିଜୁ ପଟ୍ଟନାୟକ ଯୁବ କଲ୍ୟାଣ ଭବନ ରେ ଆୟୋଜିତ ଉତ୍ସବରେ ରାଜ୍ୟ ଯୁବ କଲ୍ୟାଣ ପରିଷଦ ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାୟକ ଯୋଗ ଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିକୃତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ନିଜ ବକ୍ତବ୍ୟରେ ସେ କହିଲେ ଯେ,ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ,ଆଧୁନିକ ଓଡିଶାର ନିର୍ମାତା, ମହାନ ଜନନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ,ସଭିଙ୍କ ଆଦର୍ଶ, ଲୋକ ପ୍ରତିମା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ମୋର ଭାବପୂର୍ଣ୍ଣ ବିନମ୍ର ଶ୍ରଦ୍ଧାଞ୍ଜଳି l ସେ ଥିଲେ ଓଡ଼ିଆ ସ୍ୱାଭିମାନ ର ପ୍ରତୀକ, ଓଡିଶା ବାହାରେ ଓଡ଼ିଶାର ଅନ୍ୟ ଏକ ପରିଚୟ l ସେ ଏବେ ବି ଆମ ପାଇଁ ଚିରନ୍ତନ ପ୍ରେରଣାର ଉତ୍ସ l ଓଡିଶା ପ୍ରଗତିର ନକ୍ସା ସେ ଆଙ୍କି ଥିଲେ ତାହା ଚିର ପ୍ରାସଙ୍ଗିକ l ଯୁବ ଶକ୍ତି ରେ ଅଗାଧ ଆସ୍ଥା ରଖୁଥିବା ସେହି ମହାନାୟକଙ୍କ ଜୀବନାଦର୍ଶ ଆମ ସମସ୍ତଙ୍କର ଧେୟ ହେଉ l ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ତଥା ରାଜ୍ୟ ଯୁବ କଲ୍ୟାଣ ପରିଷଦ ର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ପ୍ରବାଦ ପୁରୁଷ ଙ୍କ ସ୍ମୃତିଚାରଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.