ବୁର୍ଲା କୋଭିଡ ହସ୍ପିଟାଲରେ ୨ ଦିନରେ ୧୨ ଜଣଙ୍କ ମୃତ୍ୟୁ 

0 3

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ): ବୁର୍ଲା ଭିମସାର ଡାକ୍ତରଖାନାରେ କୋଭିଡ ରୋଗୀଙ୍କ ସଂଖ୍ୟା  ବୃଦ୍ଧି ପାଇବା ସହ ପୁଣି ମୃତ୍ୟୁ ଭୟାନକ ତାଣ୍ଡବ ଆରମ୍ଭ ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ୧୨ ଜଣ ରୋଗୀଙ୍କର ଜୀବନ ହାନୀ ଘଟିଥିବା ଜଣାପଡିଛି। ବୁର୍ଲା କୋଭିଡ ହସ୍ପିଟାଲକୁ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ କରୋନା ଆକ୍ରାନ୍ତ ରୋଗୀ ଭର୍ତ୍ତି ହୋଇଛନ୍ତି। ୧୫ ତାରିଖ ରାତି ସୁଦ୍ଧା ୧୩୫ ଜଣ କରୋନା ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୧୪ ତାରିଖ ରାତି ସୁଦ୍ଧା ୧୧୯ ଜଣ ରୋଗୀ ଚିକିତ୍ସାଧିନ ଥିଲେ।ସେଥି ମଧ୍ୟରୁ ୯ ଜଣ ନୂଆଁ ରୋଗୀ, ୨ ଜଣ ସୁସ୍ଥ,ପ୍ରଥମ ମହଲାର ୪ଜଣ,ଦ୍ବିତୀୟ ମହଲାର ୧୯ଜଣ,ତୃତୀୟ ମହଲା ୩୨ଜଣ,ଚତୁର୍ଥ ମହଲାର ୩୦ଜଣ ଓ ପଞ୍ଚମ ମହଲାରେ ୩୪ଜଣ ରୋଗୀଙ୍କ ଥିଲେ।ଏକାନ୍ତବାସ ୱାର୍ଡରେ ୧୬ଜଣ ଭର୍ତ୍ତି ହୋଇଥିଲେ।

    ସମ୍ବଲପୁର ଜିଲ୍ଲାରେ ୧୫ ତାରିଖ ଦିନ ୧୪୮ଜଣ  ନୂଆଁ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିଲେ।ଗତ ୪ ଦିନ ଧରି ସମ୍ବଲପୁର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା  ଶତକ ପାର କରୁଛି। ଏହା ମଧ୍ୟରେ ମାସ୍କ  ଓ ରାତ୍ରିକାଳୀନ କର୍ଫ୍ୟୁ କଟକଣା କଡାକଡି କରାଯାଇଛି।ଜିଲ୍ଲାରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସମାନ୍ତରାଳ ଭାବେ କରୋନା ରୋଗୀଙ୍କ ସଂଖ୍ୟା  ବୃଦ୍ଧି ପାଇବାରେ ଲାଗିଛି। ଯାହା ସମସ୍ତଙ୍କର ମୁଣ୍ଡବ୍ୟଥାର କାରଣ ହୋଇଛି।

Leave A Reply

Your email address will not be published.