ମେ ୧୩ ରେ ପିପିଲି ଉପନିର୍ବାଚନ,  ୧୬ରେ ଗଣତି।

0 3

କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକାଳ ଦେହାନ୍ତ ପରେ ସ୍ଥଗିତ ରହିଥିବା ପିପିଲି ଉପ ନିର୍ବାଚନ ମେ ୧୩ ତାରିଖରେ ଅନୁଷ୍ଠିତ ହେବ | ସେହିପରି ୧୬ରେ ଭୋଟ ଗଣତି  ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି | ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାର ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।

ଏପ୍ରିଲ ୧୯ ରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏପ୍ରିଲ ୨୬ ରେ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି। ୨୭ରେ ଯାଞ୍ଚ ପକ୍ରିୟା ଶେଷ କରାଯିବ। ୨୯ ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ହିଁ କେବଳ ନୂଆ ପ୍ରାର୍ଥୀ ଦେବ ।

Leave A Reply

Your email address will not be published.