ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର : ଆମକୁ ଅଧିକ ଟୀକା ଯୋଗାନ୍ତୁ 

0 2
  •  ଗୁରୁତର ପ୍ରଭାବିତ ଅନ୍ୟରାଜ୍ୟକୁ ପ୍ରାଥମିକତା ଭିତ୍ତିରେ ଟୀକା ଯୋଗାଇ ଦିଆଯାଉ 

  • ବାହାରେ ଯେପରି ଟୀକା ଉପଲବ୍ଧ ହେବ ସେ ଦିଗରେ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ କଲେ ଅନୁରୋଧ

NEET व JEE की परीक्षा टालने को लेकर नवीन पटनायक ने की PM मोदी से बात, कई  राज्य हैं एग्जाम के खिलाफ - The Public

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | କରୋନା ବିରୋଧରେ କେନ୍ଦ୍ର ରାଜ୍ୟ ମିଳିତ ସଂଗଠିତ ଲଢେଇ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନକୁ ମୁଖ୍ୟମନ୍ତ୍ରୀ ସମର୍ଥନ ଦେଇଛନ୍ତି | ଏହା ସହିତ ରାଜ୍ୟକୁ ଅଧିକ ଟୀକା ପଠାଇବା ସହ ଟିକାକୁ ବଜାରରେ ଉପଲବ୍ଧ କରାଇବାର ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ କରିଛନ୍ତି ଅନୁରୋଧ | କେବଳ  ନିଜ ରାଜ୍ୟ କଥା କହିଲେନି , ଗୁରୁତର ଭାବେ ପ୍ରଭାବିତ ଅନ୍ୟରାଜ୍ୟଗୁଡିକୁ ପ୍ରାଥମିକତା ଭିତ୍ତିରେ ଟୀକା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |  

 ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଅଭୂତପୂର୍ବ କୋଭିଡ୍‌ ସଙ୍କଟ ମୁକାବିଲା ନିମନ୍ତେ କେନ୍ଦ୍ର ଓ ରାଜ୍ୟମାନେ ଏକ ଟିମ୍‌ ଭଳି କାମ କରିବା କଥାକୁ ମୁଁ ପୂର୍ଣ୍ଣ ସମର୍ଥନ କରୁଛି। ସ୍ୱାସ୍ଥ୍ୟକର୍ମୀ, ପ୍ରତ୍ୟକ୍ଷ ସେବା ଯୋଗାଣକାରୀ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସମେତ ଏପର୍ଯ୍ୟନ୍ତ ଓଡ଼ିଶା ୪୭ ଲକ୍ଷ କୋଭିଡ୍‌ ଟିକା ଦେଇସାରିଛି। ଓଡ଼ିଶାରେ ଟିକାର ନଷ୍ଟ ହାର ମଧ୍ୟ ସମଗ୍ର ଦେଶ ତୁଳନାରେ ସର୍ବନିମ୍ନ। ଏହାଛଡ଼ା, ଦୈନିକ ୩ ଡୋଜ୍‌ ଟିକା ଦେବାକୁ ମଧ୍ୟ ଆମେ ସମର୍ଥ। ଟିକା ନେଇଥିବା ଲୋକମାନଙ୍କ ଠାରୁ ସକାରାତ୍ମକ ମତାମତ ମିଳୁଛି। କିନ୍ତୁ, ଚାହିଦା ମୁତାବକ ଟିକା ମିଳୁ ନ ଥିବାରୁ ଟିକାକରଣ ବାଧାପ୍ରାପ୍ତ ହେଉଛି ବୋଲି ନବୀନ ଚିଠିରେ ଲେଖିଛନ୍ତି।  ଓଡିଶାକୁ ଆଉ ୨୫ଲକ୍ଷ ଅଧିକ ଟିକା ଦେବାକୁ ଚିଠିରେ ଅନୁରୋଧ କରିଛନ୍ତି। ରାଜ୍ୟରେ ଦୈନିକ ୩ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି କିନ୍ତୁ ଟିକାର ଅଭାବ ଯୋଗୁ ରାଜ୍ୟ ସରକାର ଲକ୍ଷ୍ୟ ପୂରଣ କରିପାରୁନାହାନ୍ତି। ରାଜ୍ୟର ସମସ୍ତ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦେବାକୁ ଆମକୁ ୧୬୦ ଦିନ ଲାଗିବ। କେନ୍ଦ୍ର ସରକାର ଟିକା ଯୋଗାଣ ବୃଦ୍ଧି ପାଇଁ ଯୋଜନା କରୁଥିବେ ବୋଲି ନବୀନ ମୋଦୀଙ୍କୁ ଲେଖିଥିବା ଚିଠିରେ ଆଶାବ୍ୟକ୍ତ କରିଛନ୍ତି। ଓଡ଼ିଶାରେ ଲୋକଙ୍କ ଭିତରେ ଟୀକା ନେବାପାଇଁ ଆଗ୍ରହ ପ୍ରକାଶ ପାଇଥିବା ବେଳେ ରାଜ୍ୟରେ ସେଥିପାଇଁ ପର୍ଯ୍ୟାପ୍ତ ଟୀକା ଉପଲବ୍ଧ ନାହିଁ | ତେଣୁ ଟୀକା ଦାନ ପ୍ରକ୍ରିୟା ଏହି କାରଣରୁ ପ୍ରଭାବିତ ହୋଇଛି |

“ଆମକୁ ଅଧିକ ଟୀକା ଯୋଗାନ୍ତୁ, ଗୁରୁତର ପ୍ରଭାବିତ ଅନ୍ୟ ରାଜ୍ୟକୁ ପ୍ରାଥମିକତା ଦିଆଯାଉ ଟୀକା ପର୍ଯ୍ୟାପ୍ତ ଟୀକା ଯୋଗାନ୍ତୁ | ସେ ସବୁ ରାଜ୍ୟର ମେଟ୍ରୋପଲିଟାନ୍‌ ସହର ଦେଶ ଅର୍ଥନୀତିର ଧମନୀ ହୋଇଥିବାରୁ ଗୁରୁତର ପ୍ରଭାବିତ ସହରମାନଙ୍କରେ ବୟସ କଟକଣା ହଟାଯାଇ ଟିକାକରଣକୁ ପ୍ରାଥମିକତା ଦିଆଯିବା ଉଚିତ ” ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।  ବାହାରେ ଯେପରି ଟୀକା ଉପଲବ୍ଧ ହେବ ସେ ଦିଗରେ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ  | ଫଳରେ ଆଗ୍ରହୀ ବ୍ୟକ୍ତି ମାନେ ବାହାରୁ ଟୀକା କିଣି ନେଇପାରିବେ | ସେହିପରି  ଟୀକା ପ୍ରସ୍ତୁତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରସ୍ତୁତିକାରୀ କମ୍ପାନିଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗର ହାତ  ବଢ଼ାଇ ଦେବାପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ |ସେହିପରୀ  କରୋନାରେ ଅଧିକ ପ୍ରଭାବିତ ମହାନଗରୀ ଓ ନଗରୀ ମାନଙ୍କୁ ପ୍ରାଥମିକତା ଭିତ୍ତିରେଟୀକା  ଯୋଗାଇ ଦିଆଯାଉ  | କାରଣ ସେଠି ଲକଡାଉନ ଓ ସଟଡାଉନ ହେଲେ ଅନ୍ୟ ସମସ୍ତ ରାଜ୍ୟ ବି ପ୍ରଭାବିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି |  

Leave A Reply

Your email address will not be published.