କରୋନା କଟକଣାର କର୍ଫ୍ୟୁ ଜାରି ପାଇଁ ଭୁଲ ଘୋଷଣା କଲେ ରେଢ଼ାଖୋଲ ପ୍ରଶାସନ 

2
  • – ଭୁଲ ସୂଚନା ପାଇ ସନ୍ଧ୍ୟା ୬ଟାରୁ ଦୋକାନ ବଜାର ବନ୍ଦ ବ୍ୟବସାୟୀ ଓ ବିଭିନ୍ନ ଅନୁଷ୍ଠାନ 

  • – ପ୍ରଶାସନର ଭୂଲ ସୁଚନା ଘୋଷଣାକୁ ନେଇ  ସାଧାରଣରେ ତୀବ୍ର ଅସନ୍ତୋଷ, ଭୂଲ ମାନିଲେ  ପ୍ରଶାସନ 

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ଭାରତରେ ଦିନକୁଦିନ କରୋନା ମହାମାରୀ ଉଗ୍ରରୂପ ଧାରଣ କରିବାରେ ଲାଗିଛି , ‌ଏହାର ଦ୍ବିତୀୟ ଲହରୀରେ ଭୟାବହତା ଅଧିକ ଦେଖାଦେଇଛି ।

ଏହି ମହାମାରୀ କୁ ନିୟନ୍ତ୍ରଣ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଜୋରଦାର କରାଯାଇଛି , ଏହି ପରିପ୍ରେକ୍ଷୀରେ ସରକାର ଛତିଶଗଡ଼ ଝାଡ଼ଖଣ୍ଡ ରାଜ୍ୟର ଓଡ଼ିଶା ସୀମାବର୍ତୀ ଦଶଟି ଜିଲ୍ଲାରେ ସଟ ଡାଉନ୍ ଓ ରାତ୍ରି କର୍ଫ୍ୟୁ ଭଳି କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ସରକାର ବିଭିନ୍ନ ଗଣମାଧ୍ୟମ ସମେତ ଅନ୍ୟାନ୍ୟ ପ୍ରଚାର ପ୍ରସାର ମାଧ୍ୟମରେ ଲୋକଙ୍କୁ ଅବଗତକରି ସଚେତନ କରାଉଛନ୍ତି । ଆସନ୍ତା ୧୭ ତାରିଖ ସଂଧ୍ୟାରୁ ପୂର୍ବରୁ ଥିବା ନାଇଟ କର୍ଫ୍ୟୁକୁ ପରିବର୍ତ୍ତନ କରି ରାତି ୧୦ ଟା ପରିବର୍ତ୍ତେ ସଂଧ୍ୟା ୬ ଟାରୁ ସକଳ ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ଏବଂ ସପ୍ତାହନ୍ତ ଦୁଇଦିନ ଶନିବାର ଓ ରବିବାର ସଟ ଡାଉନ ରହିବବୋଲି ଜଣାଯାଇଛି । ମାତ୍ର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ଭୂଲ ସୁଚନା ଦେଇ ୧୬ ତାରିଖ ସନ୍ଧ୍ୟା ୬ ଟାରୁ  ନାଇଟ କର୍ଫ୍ୟୁ ହେବାପାଇଁ ମାଇକ ଯୋଗେ ଘୋଷଣା କରି  ସୂଚନା ଦେଇଥିଲେ । ଏହା ପରେ ରେଢ଼ାଖୋଲ ଥାନା ପୋଲିସ ପକ୍ଷରୁ ବୁଲି ବୁଲି ଦୋକାନ ବଜାର ସବୁ ବନ୍ଦ କରିଥିଲେ , ଏହାପରେ ବ୍ୟବସାୟୀ ମାନେ ତାଙ୍କ ଦୋକାନ ବଜାର ବନ୍ଦ କରିଥିଲେ । ମାତ୍ର ଏଥିରେ କେତେକ ବ୍ୟବସାୟୀ ୧୭ ତାରିଖ ସଂଧ୍ୟା ସମୟ ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁର ସଠିକ୍ ନିତି ନିୟମ ଜାଣିବାପରେ ରେଢ଼ାଖୋଲ ପୋଲିସକୁ ଜଣାଇଥିଲେ । ବ୍ୟବସାୟ ଓ ସାଧାରଣ ଲୋକ ଅସନ୍ତୋଷ ବ୍ୟକ୍ତ କରିବା ସହିତ ପ୍ରଶାସନ ର ଏଭଳି ଭୂଲ ସୂଚନା ଯୋଗୁଁ ତାଙ୍କର ବହୁତ କ୍ଷତି ହେଲା ବୋଲି ପ୍ରକାଶ କରିଥିଲେ । ଏ ଭଳି ଭୁଲ ଘୋଷଣା କରି ସୂଚନା ଦେଇ ଥିବା ସଂପର୍କରେ ରେଢ଼ାଖୋଲ ତହସିଲଦାର ରୁବି ବେହେରାଙ୍କୁ ପଚାରିବାରେ ଏହି ଘୋଷଣାଟି ଆମ ଆଡୁ ଭୂଲ ସୁଚନା ଘୋଷଣା ହୋଇଥିବା ସ୍ବୀକାର କରିଥିଲେ । ଏପରିକି ତହସିଲଦାର ଆହୁରି ମଧ୍ୟ କହିଥିଲେ ରେଢ଼ାଖୋଲର ବ୍ୟବସାୟୀ ମାନେ ଆଗାମୀ ଦିନରେ ହେବାକୁଥିବା କର୍ଫ୍ୟୁ ପାଇଁ ଆଗରୁ ସୂଚନା ପାଇବାପରେ ସଚେତନ ହୋଇଛନ୍ତି ଏଥିରୁ ଜାଣିବାକୁ ମିଳିଲା କରୋନା କଟକଣା ପାଇଁ ବ୍ୟବସାୟୀ ମାନେ ବେଶ୍ ସଚେତନ ଅଛନ୍ତି ବୋଲି ଜଣାପଡିଥିଲା ।

Leave A Reply

Your email address will not be published.