ମୋହନା ଆଞ୍ଚଳିକ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଡାକ୍ତର ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

3

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଳକରେ ନୂତନ ଭାବେ ଗଠିତ ହୋଇଥିବା ମୋହନା ଆଞ୍ଚଳିକ ମାନବ ଅଧିକାର ସୁରକ୍ଷା ମଞ୍ଚ ଆନୁକୂଲ୍ୟରେ ଲିଲିଗଡ ଗ୍ରାମ ନାଗରିକ ମଞ୍ଚ ପକ୍ଷରୁ ଡାକ୍ତର ବାବା ସାହେବ ଆମ୍ୱେଦକରଙ୍କ ୧୩୦ ତମ ଜୟନ୍ତୀ ପାଳିତ ହୋଇଯାଇଛି। 

ବ୍ଳକ ନିର୍ମାଣଧୀନ ଶ୍ରମିକ ସଂଘ ଉପସଭାପତି ଧନୁର୍ଯ୍ୟୟ ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲିଲିଗଡ଼ ସରପଞ୍ଚ ଚନ୍ଦ୍ର କୁମାର ମଲ୍ଲିକ, ମୁଖ୍ୟବକ୍ତା ବରିଷ୍ଠ ଓକିଲ ସୀମାଞ୍ଚଳ କାର୍ଯ୍ୟୀ, ସମ୍ମାନୀତ ଅତିଥି ସାମ୍ବାଦିକ ପଞ୍ଚାନନ ଦାଶ , ସମାଜସେବୀ ଭିକାରୀ ନାୟକ , ଲିଲିଗଡ଼ ପଞ୍ଚାୟତ ସମିତିସଭ୍ୟଙ୍କ ପ୍ରତିନିଧି ଅଜିତ କୁମାର ନାୟକ ଯୋଗ ଦେଇଥିଲେ ।

 ଅତିଥିମାନେ ନିଜ ବକ୍ତବ୍ୟରେ ଡ଼. ଆମ୍ବେଦକରଙ୍କ ଜୀବନଶୈଳୀ , ଲକ୍ଷ୍ୟ , ଉଦ୍ଦେଶ୍ୟ , ସେବା ମନୋବୃତ୍ତି , ଉଚ୍ଚ ଆକାକ୍ଷାଂ ସଂପର୍କରେ କହିବା ସହ ସମ୍ବିଧାନ ପ୍ରଦାନ କରିଥିବା ମୌଳିକ ଅଧିକାର , ସଙ୍ଗଠିତ ହୋଇ କାମ ହାସଲ କରିବା ,ଏକତା ବଜାୟ ରଖିବା , ଆମ ଅଧିକାର ଆମେ ପାଇବା ପାଇଁ ସଂଗ୍ରାମ କରିବା , ସମସ୍ତେ ଶିକ୍ଷିତ ହେବା ଓ ମୋର ନୁହେଁ ଆମର ଚିନ୍ତାଧାରା ନେଇ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ସାଧାରଣ ଜନତାଙ୍କୁ କହିଥିଲେ ।

 ନିର୍ମାଣଧିନ ଆଞ୍ଚଳିକ ଶ୍ରମିକ ସଂଘ ସଭାପତି ଉଜହରି ସାହୁ ,  ସମ୍ପାଦକ ଦଶରଥ ମଳିକ , କୋଷାଧ୍ଯକ୍ଷ କାଳିଆପାତ୍ର , କୁଶଳୀ ଶ୍ରମିକ ସଂଘ କର୍ମକର୍ତ୍ତା ଅନୀଲ ବୀର , ସଂଜୀବ କୁମାର ଦଳାଇ , ବିରଞ୍ଚି ନାୟକ , ଲିଲିଗଡ଼ ୱ।ର୍ଡ଼ମେମ୍ବର ନାରାୟଣ ନାୟକ ,  ବିନୋଦ କୁମାର ନାୟକ , ପୂର୍ବତନ ଗ୍ରାମ୍ୟ ସଭାପତି ସନ୍ତୋଷ କୁମାର ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ। ଏନ୍‌ଆର୍ଡ଼ିଓର ସହାୟତାରେ ଏହାର ଉଦ୍ୟୋକ୍ତା ଭିକାରୀ ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉପସ୍ଥିତ ଅତିଥିମାନଙ୍କୁ ଏହି ଜୟନ୍ତୀ ଅବସରରେ ସଂସ୍ଥାର କର୍ମକର୍ତାଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା।

Leave A Reply

Your email address will not be published.