ପଟାଙ୍ଗୀ ଅଘଟଣରେ ଦୁଃଖ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ : ପ୍ରତ୍ୟେକ ପରିବାର ପାଇଁ 5 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା 

3

ଭୁବନେଶ୍ୱର (ଶାସକ ପ୍ରଶାସକ) – ଧଳା ମାଟି ସଂଗ୍ରହ କରିବା ସମୟରେ ଅତଡ଼ା ଖସିବା କାରଣରୁ ମୃତ୍ୟୁବରଣ କରିଥିବା ପଟାଙ୍ଗୀର ୩ଜଣ  ମହିଳାଙ୍କ ମୃତ୍ୟୁକୁ ନେଇ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜ୍ଞାପନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରତି ମୃତକଙ୍କ  ନିକଟବର୍ତ୍ତୀ ସମ୍ପର୍କୀୟଙ୍କ ପାଇଁ 5 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି | ଏହାସହିତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି | 

Leave A Reply

Your email address will not be published.