ନରସିଂହ ସେନା ଦ୍ୱାରା ପଣା ସଂକ୍ରାନ୍ତି ପାଳିତ

2

ବଲାଙ୍ଗୀର(ନିରୋଜ ମିଶ୍ର) : ନରସିଂହ ସେନା ପକ୍ଷରୁ ଓଡ଼ିଆ ନବ ବର୍ଷ,ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ତଥା ଆମ୍ବେଦକର ଜୟନ୍ତୀ ଛତାମଖନା ଠାରେ ପାଳିତ ହୋଇଯାଇଛି। ସବୁ ଓଡ଼ିଆ ପାଇଁ ଏହା ଏକ ମହାନ ପର୍ବ। କିନ୍ତୁ କରୋନା ମହାମାରୀ ଏବଂ ସାରା ଦେଶରେ କରୋନା କଟକଣା ଯୋଗୁଁ କେବଳ ନିରାଡ଼ମ୍ବର ଭାବରେ ଉତ୍ସବ ଟି ପାଳିତ ହୋଇଛି। ପ୍ରଥମେ ଗାଁ ମନ୍ଦିର ରେ ପୂଜାରୀ ମହାପ୍ରଭୁ ଙ୍କ ନୀତିକାନ୍ତି ଓ ପୂଜାର୍ଚ୍ଚନା କରିଥିଲେ ପରେ ପୋଖରୀ ତୁଠ ହନୁମାନ ମନ୍ଦିର ରେ ପୂଜା କରାଯାଇଥିଲା। ଚଳିତ ବର୍ଷ ଲକ ଡାଉନ ଯୋଗୁଁ ଭକ୍ତ ଙ୍କ ଆଗମନ ସୀମିତ ଥିଲା।  ନରସିଂହ ସେନା ସଭାପତି ଶୁଭ୍ରାଂଶୁ ପଣ୍ଡା ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏଇ ପୂଜୋତ୍ସଵ ରେ ଗାଁ ରେ ସମସ୍ତଙ୍କୁ ପଣା ବଣ୍ଟାଗଲା। ସବୁ ଲୋକ ମନୋମାଳିନ୍ୟ ଭୁଲି ଆନନ୍ଦ ସହକାରେ ଏ ପର୍ଵ ରେ ଭାଗ ନେଇଥିଲେ । ପୂଜା ପାର୍ବଣ ପରମ୍ପରା କୁ ବଞ୍ଚେଇ ସମସ୍ତଙ୍କୁ ଏକ ସୂତ୍ର ରେ ବାନ୍ଧି ଲୋକ ଙ୍କୁ ଖୁସି ବାଣ୍ଟିବାର ନରସିଂହ ସେନା ର ଏ ପ୍ରୟାସ କୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଥିଲେ,ନରସିଂହ ସେନା ର ଉପ ସଭାପତି ନରେନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ସଚିତା ନନ୍ଦ ମିଶ୍ର,ମୁରଲୀ ମହାକୁର,ରାଧାକାନ୍ତ ମିଶ୍ର, ସମ୍ପାଦକ ରାଜକିଶୋର ମିଶ୍ର, ସହ କୋଷାଧ୍ୟକ୍ଷ କେଶବ କରଣ ଏବଂ ସମ୍ପାଦକ ଜୁବୁଲାଲ ବାଘ ପ୍ରମୁଖ କାର୍ଯ୍ୟକ୍ରମ କୁ ସଫଳ କରିବାରେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.