ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ : ଗତକାଲି ଭଦ୍ରକ ରାଣୀତାଲ ଛକ ନିକଟରେ କୋଭିଡ କଟକଣାକୁ ନେଇ ଗାଡି ଯାଞ୍ଚ କରୁଥିଲା ଭଦ୍ରକ ଗ୍ରାମାଞ୍ଚଳ ପୁଲିସ। ଏହି ଯାଞ୍ଚ ଚାଲିଥିବା ବେଳେ ବାଲେଶ୍ଵର ରୁ ଭଦ୍ରକ ଅଭିମୁଖେ ଆସୁଥିବା ଏକ ବିନା ନମ୍ବର ସୁଇଫ୍ଟ ଗାଡିକୁ ପୁଲିସ ଅଟକାଇବାରୁ ସେ ହଟାତ ସେଠାରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ କାବୁ କରି ନେଇଥିଲେ । ସେହି ଗାଡିରୁ ଲକ୍ଷାଧିକ ମୂଲ୍ୟର ବ୍ରାଉନ ସୁଗାର ଓ ମାରଣାସ୍ତ୍ର ଯବତ କରାଯାଇଥିବା ବେଳେ ୩ ଜଣ ଆସାମୀଙ୍କୁ ଗିରଫ କରାଯାଇଛି । ଜଣେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା, ପୁଲିସ ତାକୁ ଧରିବାକୁ ସମସ୍ତ ଉଦ୍ୟମ ଜାରି ରଖିଛି। ଆଜି ଅନୁଷ୍ଠିତ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜତୀନ କୁମାର ପଣ୍ଡା ଏବଂ ଥାନାଧିକାରୀ ଆଲୋକ ଜେନା ସାମ୍ବାଦିକ ମାନଙ୍କୁ ଘଟଣା ବିଷୟରେ ସୂଚନା ଦେଇଥିଲେ। ଆଗକୁ ଏମାନଙ୍କ ଚେର କେତେ ଲମ୍ବିଛି ସେ ବିଷୟରେ ଆହୁରି ଅଧିକ ତଦନ୍ତ ଚାଲିଥିବା ଥାନାଧିକାରୀ ଶ୍ରୀ ଜେନା କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post