ଶତାଧିକ ବର୍ଷର ଧାର୍ମିକ ପରମ୍ପରା:-ସାଳଡ ଗ୍ରାମରେ ପୂଜା ପାଇଲେ ପଥର ହନୁମାନ। 

0 2

ସମ୍ବଲପୁର/ରମାକାନ୍ତ ବିଶ୍ୱାଳ- ଶତାଧିକ ବର୍ଷର ଧାର୍ମିକ ପରମ୍ପରା ରୁଦ୍ଧିମନ୍ତ ଜ୍ଜଳନ୍ତ ଆତ୍ମ ବିଶ୍ୱାସର ପ୍ରତିକ ସମ୍ବଲପୁର ଜିଲ୍ଲା ସାଳଡ ଗ୍ରାମର ପଥର ହନୁମାନଙ୍କୁ ଗ୍ରାମର ଅଧିବାସୀ ମାନେ ବୁଧବାର ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ରୀତି ନୀତି ଅନୁଶାରେ ପୂଜାର୍ଚ୍ଚନା କରି ବୀର ହନୁମାନଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ। ପଣ୍ଡିତ ପ୍ରମୋଦ କୁମାର ବିଶ୍ବାଳଙ୍କ ମନ୍ତ୍ର ଉଚ୍ଚାରଣରେ ଆରମ୍ଭ ହୋଇଥିବା ପୂଜାକର୍ମରେ ପ୍ରତ୍ୟୁଷ କୁମାର ନାଥ କର୍ତ୍ତା କାର୍ଯ୍ୟ ତୁଲାଇ ଥିଲେ।କରୋନାର ସାମାଜିକ ଦୂରତ୍ବକୁ ଆଖିଆଗରେ ରଖି ଗ୍ରାମର ଅଧିବାସୀମାନେ ପୂଜା ସାମଗ୍ରି ଧରି ପୂଜାସ୍ଥଳିକୁ ଆସିଥିଲେ।ଗ୍ରାମର ଯୁବକ ମାନେ ପଣା ତିଆରିକରି ପ୍ରସାଦ ସହ ପଥଚାରୀଙ୍କୁ ବିତରଣ କରିଥିଲେ।

କିମଦନ୍ତି ଅନୁଶାରେ ହୀରାକୁଦ ନଦୀବନ୍ଧ ଯୋଜନା ପୂର୍ବରୁ ସାଳଡ, କୁର୍ଲା, ଯୁଗିପାଲି,ସପ୍ନେ ଆଦି ଗ୍ରାମର ଅଧିବାସୀ ମାନେ ସେ ସମୟରେଥିବା ଘଞ୍ଚଜଙ୍ଗଲ ଦେଇ ବିଭିନ୍ନ କାମ ପାଇଁ ରେଙ୍ଗାଲିକୁ ଆସୁଥିଲେ। ସେ ସମୟରେ ଲୋକେ ଏଠାରେ ଥିବା ବଟବୃକ୍ଷ ମୂଲରେ ଦୁଇଟି ପଥରକୁ ରଖି ବୀର ହନୁମାନ ବୋଲି ପୂଜା ଆରମ୍ଭ କରିଥିଲେ। ଯାହା ପିଢି ପିଢି ଧରି ଆଜି ମଧ୍ଯ ରୀତି ନୀତି ଅନୁଶାରେ ପାଳିତ ହୋଇଆସୁଛି। ସେ ସମୟରେ ଏହି ବଟବୃକ୍ଷ ଦେଇ ରାସ୍ତାର ଏପଟରୁ ସେ ପଟକୁ ବାଘ ମଧ୍ଯ ଯାତାୟାତ କରୁଥିଲା ଲୋକେ ବୀର ହନୁମାନଙ୍କ ନାମଧରି ଘଞ୍ଚଜଙ୍ଗଲରେ ମଧ୍ଯ ନିଭୟରେ ଯାତାୟାତ କରୁଥିବା କିମଦନ୍ତି ଥିବା ଲୋକ ମୁଖରୁ ଶୁଣାଯାଏ।

Leave A Reply

Your email address will not be published.