ହାତୀ ଆକ୍ରମଣରେ ମୄତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ପଦ୍ମପୁର ବିଧାୟକ ।

0 3

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଘେସ ରେଂଜ ଜ୍ଞାନ ଗ୍ରାମପଞ୍ଚାୟତ ଖଲିଆମୁଣ୍ଡା ଗ୍ରାମରେ ମହୁଲଫୁଲ ସଂଗ୍ରହ କରୁଥିବା ସମୟରେ ହାତୀ ଆକ୍ରମଣରେ ଜଣକର ମୄତ୍ୟୁ ହୋଇଛି । ଖଲିଆମୁଣ୍ଡା ଗ୍ରାମର ଦେବେନ୍ଦ୍ର ବଢେଇ ଆଜି ସକାଳୁ ନିଜ ବିଳକୁ ମହୁଲଫୁଲ ସଂଗ୍ରହ କରିବା ପାଇଁ ଯାଇଥିବା ସମୟରେ ହାତୀ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ବ୍ୟକ୍ତିର ମୄତ୍ୟୁ ହୋଇଥିଲା । ଘଟଣା ସ୍ଥଳକୁ ବନ ବିଭାଗ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଛ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା । ଏହି ଦୁଃଖଦ ଖବର ପାଇ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଖଲିଆମୁଣ୍ଡା ଗ୍ରାମକୁ ଯାଇ ମୄତ ଦେବେନ୍ଦ୍ର ବଢେଇଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ମୄତ ବ୍ୟକ୍ତିଙ୍କ ପରିବାର କିପରି ଶୀଘ୍ର ସରକାରୀ ସହାୟତା ପାଇ ପାରିବେ ସେ ବିଷୟରେ ଘେସ ରେଂଜରଙ୍କ ସହିତ ଆଲୋଚନା କରିଥିଲେ । ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବନ୍ୟ ଜନ୍ତୁ ସମ୍ବନ୍ଧରେ ସଚେତନ କରିବା ପାଇଁ ମଧ୍ୟ କହିଥିଲେ।  ଆଜି ବନ ବିଭାଗ ପକ୍ଷରୁ ମୄତଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୪୦ ଜହାର ଟଙ୍କାର ଚେକ ପ୍ରଦାନ କରାଯାଇଛି ଏବଂ ବଳକା କ୍ଷତିପୂରଣ ଯଥା ଶୀଘ୍ର ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.