ସାଇପ୍ରିୟ ୱେଲଫେୟାର ଟ୍ରଷ୍ଟ ତରଫରୁ ଓଡିଆ ନବବର୍ଷ ଓ ମହା ବିଷୁବ ପଣା ସଂକ୍ରାନ୍ତି ପାଳିତ

0 1

ରାୟଗଡ(ସରୋଜ କୁମାର ସାହୁ)  ରାୟଗଡ ସଦର ମହକୁମା ସ୍ଥିତ ସାଇପ୍ରିୟ ୱେଲଫେୟାର ଟ୍ରଷ୍ଟ ତରଫରୁ ଓଡିଆ ନବବର୍ଷ ଓ ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ସାଇପ୍ରିୟା ନଗର ଠାରେ ଥିବା ସାଇପ୍ରିୟ ୱେଲଫେୟାର ଟ୍ରଷ୍ଟ କାର୍ଯ୍ୟାଳୟରେ ପାଳନ କରାଯାଇଛି । ଏହି ଅବସରରେ ଏକ ସଭାର ଆୟୋଜନ ମଧ୍ୟ କରାଯାଇଥିଲା । ଉକ୍ତ ସଭାରେ ମୂଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ରୁବିରାଣୀ କୁଣ୍ଡୁ, ବରିଷ୍ଠ  ଆଇନଜୀବୀ ପ୍ରଦୀପ କୁମାର ଦାଶ, ଗୀତାରାଣୀ ମିଶ୍ର, ଟ୍ରଷ୍ଟର ସଭାପତି ନନ୍ଦ କିଶୋର ଚୌଧୁରୀ, ଓ ସମ୍ପାଦକ ଦୟାନନ୍ଦ ଖାଡାଙ୍ଗା ଯୋଗ ଦେଇ ମଂଚାସୀନ ଥିଲେ । ଏହି ଅବସରରେ ମୂଖ୍ୟ ଅତିଥି ଶ୍ରୀ ପ୍ରଧାନ ନିଜର ଭାଷଣରେ କହିଥିଲେ ଯେ, ପ୍ରକୃତରେ ଓଡିଶାର ଗାଁ ଗହଳ ମାନଙ୍କରେ ଓଡିଆଙ୍କ ପରମ୍ପରା ଗୁଡିକ ବଜାୟୀ ରହିଥିବା ବେଳେ ଆମେ ସହରୀ ଢାଂଚାରେ ସବୁ ଭୁଲି ଗଲୁଣି ତେଣୁ ଆଗମୀ ପିଢି ପାଇଁ ଆମକୁ ଏବେ ଠାରୁ ସଚେତନ ହେବା ନିହାତି ଜରୁରୀ ହୋଇ ପଡିଛି । ନ ହେଲେ ଆମର ଆଗାମୀ ପିଢି ଓଡିଆର ଚାଲିଚଲଣ, ପର୍ବପର୍ବାଣୀ. ପିଠାପଣାକୁ ଭୂଲିଯିବେ ଏହା ଦ୍ୱାରା ଆମ ଭାଷା ଓ ଆମ ସଂସ୍କୃତି ଲୋପ ପାଇଯିବ । ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଲୋପ ପାଇଯାଉଥିବା ଆମ ସଂସ୍କୃତି ଓ ପରମ୍ପରାକୁ ବଂଚାଇ ରଖିଥିବାରୁ ସେ ଟ୍ରଷ୍ଟର ସମସ୍ତ କାର୍ଯ୍ୟକର୍ତାଙ୍କୁ ସାଧୁବାଦ ଜଣାଇଥିଲେ । ସେହିଭଳି ସମ୍ମାନିତ ଅତିଥି ରୁବିରାଣୀ କୁଣ୍ଡୁ କହିଥିଲେ ଯେ, ଆମ ଭାଷା, ଆମ ଚାଲିଚଳଣ ଓ ଆମ ପରିମ୍ପାରାକୁ ବଜାୟୀ ରଖିବାକୁ ହେଲେ ମହିଳା ମାନେ ଆଗକୁ ଆସିବା ଦରକାର । ସେମାନେ ହିଁ ଆମ ପରମ୍ପରାକୁ ସଜୀବୀତ କରି ରଖିପାରିବେ । ଟ୍ରଷ୍ଟର ଏହିଭଳି କାର୍ଯ୍ୟକ୍ରମ କରିଥିବାରୁ ସେ ସମସ୍ତଙ୍କ ପ୍ରଶଂସା କରିବା ସହ ସଦା ସର୍ବଦା ଏଥିନେଇ ନିଜର ସହଯୋଗ ରହିଥିବା ପ୍ରକାଶ କରିବା ସହ ଏଥିରେ ଭାଗ ନେଇଥିବା ମହିଳା ମାନଙ୍କୁ ଉତ୍ସାହିତ  କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ବରିଷ୍ଠ  ଅଇନଜୀବୀ ଶ୍ରୀ ଦାଶ ଟ୍ରଷ୍ଟର କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି ଭଳି ଆଗାମୀ ଦିନ ମାନଙ୍କରେ ଆମ ଭାଷା ଆମ ସଂସ୍କୃତିକୁ ବଂଚାଇ ରଖିବା ସହ ଏହି ଭଳି ପ୍ରୟାସ ଜାରୀ ରଖିବା ପାଇଁ ଟ୍ରଷ୍ଟର ସମସ୍ତ ସଭ୍ୟଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଟ୍ରଷ୍ଟର ସଭାପତି ଶ୍ରୀ ଚୌଧୁରୀ କହିଥିଲେ ଯେ, ଆଗାମୀ ଦିନ ମାନଙ୍କରେ ଟ୍ରଷ୍ଟ ତରଫରୁ ବିଭିନ୍ନ ସମାଜିକ କାର୍ଯ୍ୟକ୍ରମ ମାନ କରିବାରେ ଯୋଜନା ରହିଥିବା ସେ ପ୍ରକାଶ କରିଥିଲେ । ଓଡିଆ ନବବର୍ଷ ଓ ମହା ବିଶୁବ ପଣମା ସଂକ୍ରନ୍ତି ଉପଲକ୍ଷେ ସାଇପ୍ରୀୟା ନଗରରେ  ବସବାସ କରୁଥିବା ମହିଳା ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା ସେଥି ମଧ୍ୟରୁ ଝୋଟି ପ୍ରତିଯୋଗିତାରେ ନିହାରୀକା ପରିଛା ପ୍ରଥମ ହୋଇଥିବା ବେଳେ ପ୍ରେରଣା ପଟ୍ଟନାୟକ ଓ ଅର୍ଣ୍ଣପୂର୍ଣ୍ଣା ପରିଛା ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ସେହିଭଳି ମେହେନ୍ଦୀରେ ନିହାରୀକ ପରିଛା ପ୍ରଥମ, ପ୍ରେରଣା ପଟ୍ଟନାୟକ ଦ୍ୱିତୀୟ ନିଶାରାଣୀ କର ତୃତୀୟ ସ୍ଥାନ ଅଧିକାର କରିଥିଲେ, ମୁ୍ୟଜିକାଲ ଚେୟାର ପ୍ରତିଯୋଗିତାରେ ଶ୍ରଦ୍ଧା ପଟ୍ଟନାୟକ ପ୍ରଥମ, ପ୍ରତିମା ପାଢୀ ଦ୍ୱିତୀୟ, ରୀତା ଜେନା ତୃତୀୟ ସ୍ଥାନ ଅଧିକାର କରିଥିଲେ, ଓଡିଆ ପିଠାରେ ସତ୍ୟବତୀ ପଟ୍ଟନାୟକ ପ୍ରଥମ, ସାରଦା ପଟ୍ଟନାୟକ, ଗୀତାରାଣୀ ମିଶ୍ର ଦ୍ୱିତୀୟ, ସୋନି ବିଶ୍ୱକର୍ମା, ଆର୍ଣ୍ଣପୂର୍ଣ୍ଣା ପରିଛା ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ ସେହିଭଳି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଛିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ଆଦର୍ଶ ପାଣିଗ୍ରାହୀ ପ୍ରଥମ, କେଦାର କୁମାର ସ୍ୱାଇଁ ଦ୍ୱିତୀୟ, ଓ ପ୍ରେରଣା ପଟ୍ଟନାୟକ, ଦେର୍ବଚନା ପାଟଯୋଶୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । କରାଯାଇଥିବା ପ୍ରତିଯୋଗିତାରେ କୃତି ପ୍ରତିଯୋଗିଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଏହି ଅବସରରେ ଟ୍ରଷ୍ଟର ସମ୍ପାଦକ ଦୟାନନ୍ଦ ଖାଡାଙ୍ଗା ସଭା ପରିଚାଳନା କରିଥିବା ବେଳେ ସଭ୍ୟ ଟି.ଏନ. ରାଓ, ସନ୍ୟାସୀ ପାଣିଗ୍ରାହୀ, ପ୍ରଦୀପ ଦାସ, ଜାକିର ହୁସେନ, ପ୍ରଦୀପ ପଣ୍ଡା, ଓ ଭକ୍ତ ବଲ୍ଲଭ ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।   

Leave A Reply

Your email address will not be published.