ବାବା ସାହେବଙ୍କ ୧୩୦ତମ ଜୟନ୍ତୀ ପାଳିତ l

0 2

ରାୟଗଡ:(ସରୋଜ କୁମାର ସାହୁ) :  ଭାରତର ସମ୍ଭିଧାନ ପ୍ରଣେତା ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ 130ତମ ଜୟନ୍ତୀ ଅବସରରେ  ମାଲ୍ୟାର୍ପଣ ଓ ପୂଜ୍ୟପୂଜା ଅନୁଷ୍ଠିତ ହେଇଯାଇଛି l ଏହି ଅବସରରେ ସ୍ଥାନୀୟ ବସ ଷ୍ଟାଣ୍ଡ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରାଯାଇଥିଲା l ଏଥିରେ ଶ୍ରୀଯୁକ୍ତ ଜଗନ୍ନାଥ ସlରକା, ମାନ୍ୟବର ମନ୍ତ୍ରୀ ଅନୁସୁଚିତ ଜାତି ଓ ଜନଜାତି ବିକାଶ, ପଛୁଆ ବର୍ଗ ଓ ସଂଖ୍ୟା କଲ୍ୟାଣ, ଓଡିଶା, ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଅଧକ୍ଷ ଜିଲ୍ଲା ପରିଷଦ ରାୟଗଡ ଶ୍ରୀ ଗଙ୍ଗାଧର ପୁଆଲା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡ଼ିଆରଡ଼ିଏ, ରାୟଗଡ ଶ୍ରୀ ମହେଶ୍ୱର ନାଏକ, ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଶ୍ରୀ ଉମାଶଙ୍କର ବେହେରା, ଵରିଷ୍ଠ ନାଗରିକ ଜୟରାମ ଜେନା, ଶିକ୍ଷlବିତ୍ତ ଡ଼ଃ ଦୁଷ୍ମନ୍ତ ମହାନ୍ତି,ଜଳନ୍ଧର ପୁଷିକା, ରାଜେଶ ପlଢି, ବି.କାନ୍ତା ରାଓ, ଜନlର୍ଦ୍ଧନ ଗରଡ଼ିଆ, ବାମସେଫର କର୍ମକର୍ତ୍ତା, ବହୁ ଆମ୍ବେଦକାର ପ୍ରେମୀ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଲଚାଳିତ ବର୍ଷ ମହାମାରୀ କୋରନା ପାଇଁ ସୀମିତ କାର୍ଯ୍ୟକ୍ରମରେ  ମାସ୍କ, ସାନିଟାଈଜର ବ୍ୟବହାର କରି ପାଳନ କରାଯାଇଥିଲା l

      ସେହିପରି ସ୍ଥାନୀୟ ରମlଟକିଜ ଛକରେ ଅବସ୍ଥାପିତ ପ୍ରତିମୁହୂର୍ତ୍ତରେ ମଧ୍ୟ ସମସ୍ତ ଅତିଥି ଯୋଗଦାନ କରି ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ l ଏହି ସବୁ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ କର୍ମଚାରୀ ଓ ବାମସେଫ, ସେବାସ୍ତମ୍ଭର କର୍ମକର୍ତ୍ତା ମାନେ ମିଳିତ ଭlବରେ  ଆୟୋଜନ କରିଥିଲେ l

Leave A Reply

Your email address will not be published.