ଗଜପତି ପ୍ରବେଶ ପାଇଁ ଲାଗିଲା କଟକଣା

0 2

https://www.youtube.com/watch?v=qbbLyi1AMh4

 ଆସନ୍ତା ୧୨ ତାରିଖ ଠାରୁ ଗଜପତି ଜିଲ୍ଲାକୁ ପ୍ରବେଶ କଲେ ୭୨ଘଣ୍ଟା ମଧ୍ୟରେ ହୋଇଥିବା ଆର୍‌ଟି-ପିସିଆର୍ ନେଗେଟିଭ୍ ପ୍ରମାଣ ପତ୍ର କିମ୍ବା କରୋନା ଟୀକା ଦ୍ୱିତୀୟ ଡୋଜ୍ ପ୍ରମାଣ ପତ୍ର ଦେଖାଇବା ବାଧ୍ୟତା ମୂଳକ : ଜିଲ୍ଲାପାଳ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ଭୂତାଣୁ ୨ୟ ଲହରୀ ର ଅପ୍ରତ୍ୟାଶିତ ବୃଦ୍ଧି ତଥା ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଗଜପତି ଜିଲ୍ଲାର ବିଭିନ୍ନ ନାକା ପଏଣ୍ଟ ଗୁଡିକ ମଧ୍ୟରୁ ବିଭିନ୍ନ ରାଜ୍ୟ ତଥା ଜିଲ୍ଲାରୁ ଆସୁଥିବା ଜନସାଧାରଣ ମାନଙ୍କୁ ଅନୁରେଧ କରାଯାଇଛି ଯେ ଗଜପତି ଜିଲ୍ଲାରେ ପ୍ରବେଶ ସମୟରେ ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଆର୍‌ଟିପିସିଆର୍ (RT-PCR) ନେଗେଟିଭ୍ ପ୍ରମାଣ ପତ୍ର କିମ୍ବା କରୋନା ଟୀକା ଦ୍ୱିତୀୟ ଡୋଜ୍ ନେଇଥିବା ବ୍ୟକ୍ତି ମାନେ ପ୍ରମାଣ ପତ୍ର ଦେଖାଇବା ବାଧ୍ୟତା ମୂଳକ କରାଯାଇଛି । 

ଉପରୋକ୍ତ ଦସ୍ତାବିଜ ନଥିବା କୌଣସି ଜନସାଧାରଣଙ୍କୁ  ଉକ୍ତ ନାକା ପଏଣ୍ଟ ଗୁଡିକ ମଧ୍ୟରେ ଗଜପତି ଜିଲ୍ଲାରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ଉକ୍ତ ପ୍ରମାଣପତ୍ର ନଥିବା ବ୍ୟକ୍ତିଙ୍କୁ ବାଧ୍ୟତା ମୂଳକ ଭାବେ ୭ ଦିନ ହୋମ୍ କ୍ୱାରେଣ୍ଟାଇନ ବା ସାମୂହିକ କ୍ୱାରେଣ୍ଟାଇନ ମଧ୍ୟରେ ରହିବାକୁ ପଡିବ ବୋଲି ଏକ ପ୍ରେସ ବିବୃତ୍ତି ଓ ଭିଡିଓ ବାର୍ତ୍ତା ମାଧ୍ୟମରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଜଣାଇଛନ୍ତି। 

ଆସନ୍ତା ୧୨ ତାରିଖ ଠାରୁ ଜିଲ୍ଲାରେ ସମସ୍ତ ନାକା ପଏଣ୍ଟ କାର୍ଯ୍ୟକ୍ଷମ କରାଯାଇ ଜିଲ୍ଲାରେ ପ୍ରବେଶ କରୁଥିବା ଲୋକଙ୍କ ଉପରେ କଟକଣା ଜାରି କରାଯାଇଛି।

Leave A Reply

Your email address will not be published.