ନୂଆପଡା/ ଅମିତ ପୁରୋହିତ : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ତିଖାଲି ଠାରେ ନିର୍ମାଣ ହୋଇଥିବା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରେ ବିସ୍ଥାପିତ ହୋଇଥିବା ଗୋଟିଏ ପରିବାର ର ୨୧ ଲକ୍ଷ ୮୦ ହଜାର ଟଙ୍କାର ଥଇଥାନ ରାଶି ହଡପ ହୋଇଥିବା ନେଇ ପୂର୍ବତନ ଭୂ-ଅର୍ଜନ ଅଧିକାରୀ ନନ୍ଦ କିଶୋର ତାଣ୍ଡି ଙ୍କ ନାଁ ରେ ଖଡିଆଳ ଥାନାରେ ଅଭିଯୋଗ ହୋଇ ଅଛି । ଅଭିଯୋଗ କୁ ଭିତି କରି ପୁଲିସ ମାମଲା ରୁଜୁ କରିଛି । କିନ୍ତୁ ଏନେଇ ଶ୍ରୀ ତାଣ୍ଡି ଙ୍କୁ ପଚାରିବା ରୁ ସେ ଏହି ଅଭିଯୋଗ କୁ ଖଣ୍ଡନ କରିଛନ୍ତି । ଶ୍ରୀ ତାଣ୍ଡିଙ୍କ କହିବା ଅନୁସାରେ ତଥାକଥିତ ରାଶି ଅଭିଯୋଗକାରୀ ଗୈାରୀଶଙ୍କର ମାଝୀ ଙ୍କ ବ୍ୟାଙ୍କ ଏକାଉଣ୍ଟରେ ଜମା କରାଯାଇଥିଲା । ବ୍ୟାଙ୍କ ଏକାଉଣ୍ଟରୁ ଜମା ରାଶି କିଏ କାଢିଲା ଏବଂ ବ୍ୟାଙ୍କ ଖାତାଧାରୀ ଙ୍କ ଅଜାଣତରେ କିଏ ପଇସା ଉଠାଇଲା ତାହା ବ୍ୟାଙ୍କ କର୍ମଚାରୀଙ୍କୁ ନ ପଚାରି ମୋ ଉପରେ ଅଭିଯୋଗ ଲଗାଇବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ଓଲଟା ପ୍ରଶ୍ନ କରିଛନ୍ତି । ଶ୍ରୀ ତାଣ୍ଡି ଏହା ମଧ୍ୟ ସୂଚାଇଛନ୍ତି ଯେ ଉକ୍ତ ବିଭାଗରେ ଅନେକ ଦଲାଲ ସକ୍ରିୟ ଅଛନ୍ତି । ସେହି ଦଲାଲ ମାନଙ୍କ ଯୋଗୁଁ ଅନେକ ହିତାଧିକାରୀ ତାଙ୍କ ଥଇଥାନ ରାଶି ପାଇବାରେ ହଇରାଣ ହରକତ ହେଉଛନ୍ତି ଏବଂ ଉକ୍ତ ଦଲାଲ ମାନେ ନିଜେ ଟଙ୍କା ହଡପ କରି ବିଭାଗୀୟ ଅଫିସର ଙ୍କ ମୁଣ୍ଡରେ କିଛି ସ୍ଥାନୀୟ କୁଜି ନେତା ଙ୍କୁ ହାତବାରିଶି କରି ଅଠା ବୋଲୁଛନ୍ତି । ସେଥି ପାଇଁ ଉକ୍ତ ବିଭାଗରେ କୈାଣସି ଅଧିକାରୀ କାର୍ଯ୍ୟରେ ଯୋଗ ଦେବା ପାଇଁ ଅମଙ୍ଗ ହେଉଛନ୍ତି । ଶ୍ରୀ ତାଣ୍ଡି ଙ୍କ ନାମରେ ଆସିଥିବା ଏହି ଅଭିଯୋଗ କୁ ନେଇ ଜିଲ୍ଲାପାଳ ସ୍ୱାଧାଦେବ ସିଂ ଙ୍କୁ ପଚାରିବାରୁ ଏପରି କୈାଣସି ଅଭିଯୋଗ ମୋର ଜ୍ଞାତସାରରେ ନାହିଁ ଓ ଯଦି ଏପରି କିଛି ଅଭିଯୋଗ ଅଛି ତେବେ ତାର ତଦନ୍ତ କରାଯିବ ବୋଲି ପ୍ରତିକ୍ରିୟା ରେ କହିଥିଲେ ।
Sign in
Sign in
Recover your password.
A password will be e-mailed to you.