ମାନସିଂହ ସାହିତ୍ୟ ସଂସଦର ମାସିକ କବିତା ଆସର ଅନୁଷ୍ଠିତ

0 2

ମାନସିଂହ ସାହିତ୍ୟ ସଂସଦର ମାସିକ ଅନଲାଇନ କବିତା ଆସର ଏପ୍ରିଲ ମାସ ୧୦ ତାରିଖ ସନ୍ଧ୍ୟା ୭ଟା ରେ ଅନୁଷ୍ଠିତ ହୋଇ ସାରିଛି। ଏହି ଆସରକୁ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳାଇ ଆରମ୍ଭ କରିବା ସହ କବିତାର ଅର୍ଥ ବୁଝାଇ ଥିଲେବ। ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା (ବରଗଡ଼) ଆସରର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ସ୍ୱାଗତ ଜଣାଇଥିଲେ । ଉପଦେଷ୍ଟା ବନବିହାରୀ ପଟ୍ଟନାୟକ ସଂକ୍ଷିପ୍ତ ବକ୍ତବ୍ୟ ରଖିବା ସହ ଶ୍ରୀଯୁକ୍ତ କାଶୀନାଥ ଜେନାଙ୍କ  ବଳିଷ୍ଠ ଉକ୍ତି ଆସରକୁ ଜୀବନ୍ତ କରିଥିଲା।  ସମ୍ପାଦକ ଶ୍ରୀଯୁକ୍ତ ଲଳିତ କୁମାର ସ୍ୱାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇବା ସହ ସାହିତ୍ୟର ମହତ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରୀମତୀ ନିହାରିକା ପଣ୍ଡା (ନୟାଗଡ଼)ଙ୍କ ବଳିଷ୍ଠ ସଂଯୋଜନାରେ ୨୦ ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ କବିତା ପାଠ କରିଥିଲେ । ଏହି ଆସରରେ ବରଗଡ଼ ଜିଲ୍ଲାରୁ କବି ପ୍ରେମାନନ୍ଦ ବେହେରା, କବୟିତ୍ରୀ ପ୍ରତିମା ବାରିକ, ପୁରୀ ଜିଲ୍ଲାରୁ କବୟିତ୍ରୀ ଶୋଭନା ପ୍ରିୟଦର୍ଶିନୀ, କବି ବିଷ୍ଣୁପ୍ରସାଦ ଦଳେଇ, କବି ବନବିହାରୀ ପଟ୍ଟନାୟକ, କବି କାଶୀନାଥ ଜେନା,  କବି ଲଳିତ କୁମାର ସ୍ୱାଇଁ, କବି ବିଦ୍ୟାଧର ଦଳବେହେରା, କବି ସମ୍ପଦ କୁମାର ବେହେରା, ଖୋର୍ଦ୍ଧା ଜିଲ୍ଲାରୁ କବି ଶ୍ୟାମ ସୁନ୍ଦର ବେହେରା, ଗଞ୍ଜାମ ଜିଲ୍ଲାରୁ କବୟିତ୍ରୀ ସୁଜାତାରାଣୀ ଶତପଥି, କବି ଡମ୍ବୁରୁଧର ବେହେରା, ନବରଙ୍ଗପୁର ଜିଲ୍ଲାରୁ କବି ସନ୍ତୋଷ କୁମାର ସାହୁ, ନୟାଗଡ଼ ଜିଲ୍ଲାରୁ କବୟିତ୍ରୀ ନିହାରରୀକା ପଣ୍ଡା, କନ୍ଧମାଳ ଜିଲ୍ଲାରୁ କବୟିତ୍ରୀ ସସ୍ମିତା ମିଶ୍ର ଏବଂ ରାଉରକେଲାରୁ କବୟିତ୍ରୀ ସବିତା ବସ୍ତିଆ ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ।  ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା କବିତା ଗୁଡିକୁ ସମୀକ୍ଷା କରିବା ସହ ସଂଯୋଜକ ବିଦ୍ୟାଧର ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସାହିତ୍ୟକୁ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବିନିଯୋଗ ନ କରିବାକୁ ଉପସ୍ଥିତ ଅତିଥି ମନେ ଉପଦେଶ ଦେଇଥିଲେ । ଅଗାମୀ ଦିନରେ ଏହି କବିତା ଆସର ଆହୁରି ଉନ୍ନତି କରିବ ବୋଲି ସମ୍ପାଦକ ଲଳିତ କୁମାର ସ୍ୱାଇଁ ଆଶା ପୋଷଣ କରିଥିଲେ ।

Leave A Reply

Your email address will not be published.