ସମ୍ବଲପୁର / ରମାକାନ୍ତ ବିଶ୍ୱାଳ – ସମଲେଇ ଯୋଜନା ଥଇଥାନ ଓ ପୁନର୍ବାସ୍ କୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ। କୁହାଯାଇଛି ସମସ୍ତଙ୍କ ପାଇଁ ଆକର୍ଷଣୀୟ କ୍ଷତିପୂରଣ ବ୍ୟବସ୍ଥା କରାଯାଇଛି। ପୂଜାରୀଙ୍କ ପାଇଁ ଜମି ବଦଳରେ ଜମି ଏବଂ ଘର ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ କୁହାଯାଇଛି। ହେଲେ ଏହି ଯୋଜନାକୁ ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି ସମଲେଶ୍ବରୀ ମନ୍ଦିରର ପୂଜକ ମାନେ। ପୂଜକ ମାନେ କହିଛନ୍ତି ଆମେ ବିକାଶକୁ ସ୍ୱାଗତ କରୁଛୁ କିନ୍ତୁ ଥଇଥାନକୁ ନେଇ ଅସନ୍ତୋଷ ରହିଛୁ। ମା ସମଲେଶ୍ବରୀଙ୍କ ପୂଜା ଏବଂ ପ୍ରଥମ ଆଳତି ଭୋର ୪ଟାରୁ ହୋଇଥାଏ। ଯେହେତୁ ମାଙ୍କ ଅତିନକଟରେ ପୂଜକ ମାନେ ରହୁଛନ୍ତି ଏହି କାର୍ଯ୍ୟ ଠିକ ସମୟରେ ହୋଇ ପାରୁଛି। ପର୍ଵ ପର୍ବାଣିରେ ମଧ୍ୟ ପୂଜକଙ୍କ ଘରୁ ଭୋଗ ଆସିଥାଏ ମାଙ୍କ ନିକଟକୁ। ଯାହାକି କେହି ଦେଖି ପରିନଥାନ୍ତି। ଯଦି ପୂଜକ ମାନଙ୍କୁ ମାଙ୍କ ଠାରୁ ଦୂରରେ ରଖାଯାଏ ତାହେଲେ ନୀତିକାନ୍ତି, ଭୋଗ ରାଗରେ ବାଧା ଉପୁଜୀବ ବୋଲି ମନ୍ଦିରର ପୂଜକ ମାନେ କହିଛନ୍ତି। ସେପଟେ ପୂଜକ ମାନଙ୍କୁ ମିଳୁଥିବା ଘର ଏବଂ ଭଡା ବାବଦ ଟଙ୍କାକୁ ନେଇ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି ପୂଜକ ମାନେ।
Sign in
Sign in
Recover your password.
A password will be e-mailed to you.