ବିଜୁ ଯୁବ ଛାତ୍ର ଜନତା ଦଳ ଓ ଅମରଦୀପ ଯୁବକ ସଂଘର ଦ୍ଵାରା  ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

0 2

ବିଜେପୁର: ଆଜି ବିଜେପୁର ବ୍ଲକ୍ ଏମ ଗଣ୍ଡପାଲି ଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ଓ ଅମରଦୀପ ଯୁବକ ସଂଘର ଦ୍ଵାରା ଆୟୋଜିତ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଭାବେ  ବିଜେପୁର ବିଧାୟିକା ଶ୍ରୀମତୀ ରୀତା ସାହୁ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରଗଡ଼ ଓଡ଼ିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର,ବରଗଡ଼ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ,ବିଜେଡି ଜିଲ୍ଲା ଉପ ସଭାପତି ଶ୍ରୀ ଜନାର୍ଦ୍ଦନ ପାଣିଗ୍ରାହୀ,ବିଡିଓ ଶ୍ରୀ ପଦ୍ମନାଭ ସାମନ୍ତରାୟ, ଗ୍ରାମର ଗୌନ୍ତିଆ ଶ୍ରୀ ସୁବାସ ପ୍ରଧାନ, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ,ଶ୍ରୀ କୁଳମଣି ଦେୱାନ୍,ଜିଲ୍ଲା ଯୁବ ଆଇ ଟି ସଂଯୋଜକ ଶ୍ରୀ ସୁରେଶ ବାଗ,ଯୁବ ସାଧାରଣ ସମ୍ପାଦକ ଶ୍ରୀ ବୈଷ୍ଣବ ରାବଣ, ବିଜେପୁର ଏନଏସି  ଛାତ୍ର ସଭାପତି ଶ୍ରୀ ସୌମ୍ୟରଞ୍ଜନ ସାହୁ, ଅକ୍ଷୟ ଗଡତିଆ, ସୁଜିତ୍ ଗଡଟିଆ,ଧର୍ମ ସାହୁ,ଦେବାନନ ମେହେର,ଗୋପାଳ ମେହେର,ସକୁନ୍ତଲା ମହାପାତ୍ର, କୈଳାଶ ମେହେର,କୁନ୍ଦନ ମହାପାତ୍ର,ଆନନ୍ଦ ଖମାରୀ,ବିକାଶ ସାହୁ ଓ ସ୍ବପ୍ନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ଆୟୋଜନରେ ଶ୍ରୀ ହୋକେଶ୍ ପ୍ରଧାନ ଓ ଶ୍ରୀ ଗଣନାଥ ପ୍ରଧାନ,ଶ୍ରୀ କିର୍ତି ଚନ୍ଦ୍ର ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଶିବିରରେ ସର୍ବମୋଟ ୫୧ୟୁନିଟ୍ ରକ୍ତ ସଂଗୃହୀତ ହେଲା।

Leave A Reply

Your email address will not be published.