ଝାରବନ୍ଧ-ମନୋହର ଦାଶ: ଜିଲ୍ଲା ପ୍ରଶାସନ ଓ ବରଗଡ଼ ଏସ ପି ପଦ୍ମିନୀ ସାହୁ ଙ୍କ ନିର୍ଦ୍ଧେଶ କ୍ରମେ ଜଗଦଲପୁର ଥାନା ଅଧିକାରୀ ଲିଲିମାଲଳିତା ବାର୍ଳା ଙ୍କ ତତ୍ତ୍ୱାବଧାନରେ ଧଉରାଭଟା ଛକ ଲଉଡିଦରହା ଛକ ,ନିଲଜିପତ୍ରା ଛକ ପ୍ରଭୁତି ସ୍ଥାନ ରେ ଦୋକାନ ବଜାର ଦୋକାନ ଖୋଲିବା ଉପରେ ଦୃଢ଼ ଭାବରେ ଧ୍ୟାନ ଦେଇ ଦୋକାନୀ ମାନେ ଗତ ବର୍ଷ ଭଳି ପୁନଃର୍ବାର କରୋନା ଦ୍ଵିତୀୟ ଲହରୀ ପରିପ୍ରେକ୍ଷୀରେ ଦୋକାନ ସମ୍ମୁଖରେ ଗୋଳେଇ ରେ ଠିଆହେବା ସହ ଦୋକାନ ସମ୍ମୁଖରେ ବାରିକେଟ,ସାମାଜିକ ଦୂରତା,ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ।ସାମାଜିକ ଦୂରତା ମାସ୍କ ପିନ୍ଧିନଥିବା ବ୍ୟକ୍ତି ଙ୍କୁ ସାମଗ୍ରୀ ନ ଦେବାନିମନ୍ତେ ଜଗଦଲପୁର ପୋଲିସ ତରଫରୁ ସୂଚନା ଦିଆଯାଇଛି।ଏହି ଅବସର ରେ ଏ ଏସ ଆଇ ପ୍ରଦୀପ ପାଣି ,ଗୋଳକବିହାରି ସେଠି,ସତ୍ୟାନନ୍ଦ ଭୁଏ,ହାବିଲଦାର ଜିତେନ୍ଦ୍ର ଦାଶ ସ୍ଥାନୀୟ ଲୋକମାନଙ୍କୁ କରୋନା ସଚେତନତା ସମ୍ପର୍କରେ ସୂଚନା ଦେଇଛନ୍ତି।ଏହା ଦୋକାନୀ ଅମାନ୍ୟ କଲେ ଦୋକାନୀ ମାନଙ୍କୁ ଫାଇନ କରାଯିବା ନିମନ୍ତେ ଥାନା ଅଧିକାରୀ ଶ୍ରୀମତୀ ବାର୍ଳା ଦୋକାନୀ ମାନଙ୍କୁ କହି ଥିଲେ।
Sign in
Sign in
Recover your password.
A password will be e-mailed to you.