ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଗଜପତି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅବସରପ୍ରାପ୍ତକର୍ମଚାରୀ ସଂଘର ସଭାପତି ବିନୋଦ ଚନ୍ଦ୍ର ଜେନାଙ୍କ ନେତୃତ୍ବରେ ଏକ ତିନି ଜଣିଆ ପ୍ରତିନିଧି ଦଳ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ସୁଶ୍ରୀ ନର୍ମଦା ନାୟକଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। 

ଉକ୍ତ ସ୍ମାରକ ପତ୍ରରେ ମୁଖ୍ୟ ଦାବୀ ଗୁଡିକ ହେଲା :- ଅବସରପ୍ରାପ୍ତ କର୍ମଚାରୀଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ଚିକିତ୍ସା ଭତ୍ତା ପ୍ରଦାନ , ଗତ ଜାନୁୟାରୀ ୨୦୨୦ ଠାରୁ ନିୟମିତ ଭାବେ ମହଙ୍ଗା ଭତ୍ତା ପ୍ରଦାନ ,  ସରକାରୀ ବସରେ ଯିବାଆସିବା କଲେ ୫୦ ପ୍ରତିଶତ ରିହାତି ପ୍ରଦାନ କରିବା ଇତ୍ୟାଦି। 

ସ୍ମାରକ ପତ୍ର ପ୍ରଦାନ ବେଳେ ଅନ୍ୟ ମାନଙ୍କ ମଧ୍ୟରେ କର୍ମଚାରୀ ସଂଘର ବିଚିତ୍ରାନନ୍ଦ ବେବର୍ତ୍ତା , ସଚ୍ଚିଦାନନ୍ଦ ସାମିଲ ଉପସ୍ଥିତ ଥିଲେ।

Leave A Reply

Your email address will not be published.