ବନ୍ଦ ହେଲା ସାପ୍ତାହିକ ହାଟ, ସୀମାନ୍ତରେ ଜୋରଦାର ଯାଞ୍ଚ

0 2

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳର ବହୁତ ଗ୍ରାମ ପଡୋଶୀ ଛତିଶଗଡ଼ କୁ ଲାଗି ରହିଛି । ଏଠାରେ ସୂଚନାଯୋଗ୍ୟ ଯେ ଛତିଶଗଡ଼ ଅଂଚଳରେ ବର୍ତ୍ତମାନ କୋରୋନା ଏକ ପ୍ରକାର ବେକାବୁ ହେବାରେ ଲାଗିଛି । ଯାହାର ପ୍ରଭାବ ଆମ ରାଜ୍ୟର ସୀମାନ୍ତ ବର୍ତୀ ଅଂଚଳରେ ମଧ୍ୟ ଦେଖୀବାକୁ ମିଳିଛି । ରାଜ୍ୟ ସରକାର ତଥା ସ୍ଥାନୀୟ ପ୍ରଶାସକ ମାନେ ଲଗାତାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କୁ ସଚେତନ କରୁଥିବା ବେଳେ ବର୍ତ୍ତମାନ ପ୍ରଶାସନ ତରଫରୁ କିଛି କଠୋର ପଦକ୍ଷେପ ଗ୍ରହଣ କରାଯାଉଛି । ଜଗଦଲପୁର ଅଞ୍ଚଳର ବିଭିନ୍ନ ଗ୍ରାମକୁ ଛତିଶଗଡ଼ ଲୋକଙ୍କର କ୍ରମାଗତ ଯିବାଆସିବା ଲାଗି ରହୁଛି । ମୁଖ୍ୟତଃ ସପ୍ତାହିକି ହାଟ ଗୁଡିକରେ ଉଭୟ ବ୍ୟବସାୟୀ ଓ ଗ୍ରାହକ ମାନେ ବହୁ ସଂଖ୍ୟାରେ ଆସିଥାନ୍ତି । ସଂକ୍ରମଣ ଭୟ ରହିଥିବା କାରଣରୁ ଝାରବନ୍ଧ ବିଡ଼ିଓ ଶ୍ରୀ ଦେବାଶିଷ ଶିନ୍ହା ସୀମାନ୍ତ ବର୍ତୀ ବିଭିନ୍ନ ଗ୍ରାମ ବୁଲି ଲୋକଙ୍କ ସହିତ ଆଲୋଚନା କରି ସପ୍ତାହିକି ହାଟ କୁ ପରବର୍ତ୍ତୀ ନିର୍ଦେଶ ପର୍ଯନ୍ତ ବନ୍ଦ ରଖିବାର ସୂଚନା ଦେଇଥିବା ବେଳେ ଜଗଦଲପୁର ଥାନା ଅନ୍ତର୍ଗତ ବିଭିନ୍ନ ସୀମାରେ ଆଜି ଜଗଦଲପୁର ଥାନା ଅଧିକାରୀ ଶ୍ରୀମତୀ ଏଲ ଏଲ ବାର୍ଳା ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ଯାନବାହନ ତଥା ମାକ୍ସ ଯାଞ୍ଚ କୁ ବ୍ୟାପକ କରାଯାଇଛି । ଲୋକଙ୍କୁ ମାକ୍ସ ବ୍ୟବହାର କରିବା ପାଇଁ କୁହାଯାଉଥିବା ବେଳେ ପୋଲିସ ତରଫରୁ କିଛି ମାକ୍ସ ମଧ୍ୟ ବଣ୍ଟନ କରାଯାଉଛି । ମୁଖ୍ୟ ଉଦ୍ଦେଶ୍ୟ ହେଲା ମହାମାରୀ ର ସଂକ୍ରମଣ କୁ କାବୁ କରିବା । ତେବେ ପ୍ରଶାସନ ଯେତେ ଯତ୍ନବାନ ହେଲେ ସୁଦ୍ଧା ଯଦି ସାଧାରଣ ଲୋକ ସଚେତନ ନହେଲେ କୋରୋନା ର ସଂକ୍ରମଣ କୁ ରୋକିବା ଏକ ପ୍ରକାର ଅସମ୍ଭବ ।

Leave A Reply

Your email address will not be published.