ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପ୍ରଧାନମାଲ ଗ୍ରାମର ବନ୍ଧ ଗତବର୍ଷ ବର୍ଷାଋତୁରେ ଭାଦ୍ରବ ମାସରେ ଭୁଶୁଡି ଯାଇଥିଲା | ଏହାଦ୍ୱାରା ଅନେକ ଚାଷୀଙ୍କ ଜମି ବାଲିଚର ହୋଇଯାଇଛି | ଗତବର୍ଷ ପ୍ରବଳ ଲଗାଣ ବର୍ଷା ହେତୁ ପ୍ରଧାନମାଲ ବନ୍ଧରେ ପାଣି ଭର୍ତ୍ତି ହୋଇଯିବା ଫଳରେ ଘାଇ ସୃଷ୍ଟି ହୋଇ ଭାଙ୍ଗି ଯାଇଥିଲା | ସେହି ଘାଇ ସୃଷ୍ଟି ହେବା ଫଳରେ ବନ୍ଧ ତଳେ ଥିବା ଜମିଗୁଡିକରେ ମାଟି ପୋତି ହୋଇଯାଇ ବ୍ୟାପକ ପରିମାଣରେ ଚାଷ କ୍ଷତି ହୋଇଥିଲା.ସରକାରୀ ନିୟମାନୁସାରେ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବା କଥା କିନ୍ତୁ ଦୀର୍ଘଦିନ ପରେ ମଧ୍ୟ କୌଣସି କ୍ଷତିପୂରଣ ମିଳିନଥିବାରୁ ଚାଷୀମାନେ ହତାଶ ହେଇପଡିଛନ୍ତି| ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ପରେ ପରେ ବର୍ଷାଋତୁରେ ପୁଣି ପାଣି ଜମା ହେବା ପରେ ପ୍ରଶାସନିକ ଇଚ୍ଛାଶକ୍ତିର ଘୋର ଅଭାବ ଯୋଗୁଁ ମରାମତି ଅଭାବରୁ ବର୍ଷାଜଳର ସଂରକ୍ଷଣ ବାଧାପ୍ରାପ୍ତ ହେବା ସ୍ବାଭାବିକ | ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱ ଦେଇ ଚାଷୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ବନ୍ଧର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ତଥା କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି |
Sign in
Sign in
Recover your password.
A password will be e-mailed to you.
Prev Post