କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କଂଗ୍ରେସ ପକ୍ଷରୁ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଏକ ଶାନ୍ତିପୂର୍ଣ୍ଣ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ୪ ଘଣ୍ଟିଆ କଂଗ୍ରେସ କର୍ମୀ ଧାରଣା ଦେଇଥିଲେ l ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କୁଚିଣ୍ଡା ବିଦ୍ୟୁତ କାର୍ଯ୍ୟଳୟ ଠାରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l କୁଚିଣ୍ଡା ବ୍ଲକ କଂଗ୍ରେସ ସଭାପତି ଲବଣିଧର ନାଏକ ଏବଂ ଏନ.ଏ.ସି ସଭାପତି ପ୍ରତାପ ସିଂ, ଟୁନା ମହାନନ୍ଦ ଓ ବହୁ କଂଗ୍ରେସ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post