ଅନ୍ୟ ରାଜ୍ୟର ଯାତ୍ରୀ ତଥା ଭକ୍ତଙ୍କ ପାଇଁ ନୃସିଂହନାଥ ମନା

0 2

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ରେ ପୁଣି ଲାଗୁହେଲା କଟକଣା

ବରଗଡ:-ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ପୁଣି କୋବିଡ଼ କଟକଣା ଲାଗୁ କରାଯାଅଛି । ଏଠାରେ ସୂଚନାଯୋଗ୍ୟ ଯେ ଗତବର୍ଷ ମାର୍ଚ୍ଚ ମାସରେ ଦେଶରେ ଲକଡାଉନ ଆରମ୍ଭ ହେବାର ପ୍ରାୟ ଏକ ସପ୍ତାହ ପୂର୍ବରୁ ନୃସିଂହନାଥ ମନ୍ଦିରରେ ସର୍ବଧାରଣ ଙ୍କର ପାଇଁ ବନ୍ଦ କରି ଦିଆଯାଇଥିଲା । ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ପାଇଥିବା କରଣରୁ ଓ ମୁଖ୍ୟତ ପଡୋଶୀ ଛତିଶଗଡ଼ ର ପରିସ୍ଥିତି କୁ ଆଖି ଆଗରେ ରଖି  ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ , ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ବିଡ଼ିଓ ତଥା ମନ୍ଦିର ମଧ୍ୟବର୍ତୀକାଳୀନ ଟ୍ରଷ୍ଟି ଶ୍ରୀ ସୁରେନ୍ଦ୍ର ମେହେର , କାର୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ , ତଥା ସେବାୟତ ମାନଙ୍କର ମଧ୍ୟରେ ଏକ ଆଲୋଚନା ହୋଇଥିଲା । ଆଲୋଚନା ପରେ ବର୍ତ୍ତମାନ ପରବର୍ତ୍ତୀ ନିର୍ଦେଶ ପର୍ଯନ୍ତ ମନ୍ଦିର କୁ ବାହାର ରାଜ୍ୟର ଭକ୍ତ ତଥା ତୀର୍ଥଯାତ୍ରୀ ଙ୍କର ପ୍ରବେଶ ଉପରେ କଟକଣା ଲଗା ଯାଇଛି । ରାଜ୍ୟର ଭକ୍ତ ତଥା ତୀର୍ଥଯାତ୍ରୀ ମାନେ ସମ୍ପୂର୍ଣ୍ଣ ଭାବରେ କୋବିଡ଼ ନିୟମବଳୀର ପାଳନ କରି ମହାପ୍ରଭୁଙ୍କ ଦର୍ଶନ କରି ପାରିବେ । 

ଏଠାରେ ସୂଚନାଯୋଗ୍ୟ ଯେ ନୃସିଂହନାଥ ଥରେ ପୋଲିସର ଏକ ଫାଣ୍ଡି ରହିଛି କିନ୍ତୁ ଆଜକୁ ପ୍ରାୟ ଚାରିବର୍ଷ ହୋଇ ଗଲାଣି ଉକ୍ତ ଫାଣ୍ଡିରେ ଜଣସି ପୋଲିସ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ ନ କରାଯିବା ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରୁଥିବା ବେଳେ ବର୍ତ୍ତମାନ କଟକଣା ଲାଗୁ କରାଯିବା ପାଇଁ ଯଥେଷ୍ଟ ପୋଲିସ ଙ୍କର ଆବଶ୍ୟକତା ରହିଥିବା ସେବାୟତ ମାନେ କହିଥିବା ବେଳେ ମନ୍ଦିର ତରଫରୁ ଏହି ବାବଦରେ ଥାନା ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି କାର୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ଜଣାଇଛନ୍ତି ।

Leave A Reply

Your email address will not be published.