ବିଦ୍ୟୁତ ଶୁଳ୍କକୁ ବିରୋଧ କରି ରେଙ୍ଗାଲି ବ୍ଲକ କଂଗ୍ରେସ ଦଳ ପକ୍ଷରୁ ଦାବୀ ପତ୍ର ପ୍ରଦାନ।

0 2

ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ : ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ସଭାପତି  ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ସରକାରଙ୍କ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ତିବ୍ର ବିରୋଧ କରାଯାଇଛି l ଏ ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ କଂଗ୍ରେସ କମିଟିର ସଭାପତି ଚତୁର୍ଭୁଜ ଝାଙ୍କର ନେତୃତ୍ବରେ ଏକ ପ୍ରତନିଧି ଦଳଙ୍କୁ ନେଇ ସ୍ଥାନୀୟ ବିଦ୍ୟୁତ ବିଭାଗ ରେଙ୍ଗାଲି ର ଏସ.ଡି.ଓ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l ଆଜି ର ଏଇ ପ୍ରତିନିଧି ଦଳ ରେ ସଭାପତି ଶ୍ରୀ ଝାଙ୍କର ଙ୍କ ସମେତ ପୂର୍ବ ତନ ବ୍ଲକ ସଭାପତି ସୁବାସ ଚନ୍ଦ୍ର ବିଶ୍ବାଳ, ପୂର୍ବ ତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆ,ସରୋଜ ପୁଜାରୀ, ଅନିଲ ବେହେରା,ସମିତି ସଭ୍ଯ କ୍ଷିରସାଗର ଭୋଇ,ଧନକଉଡା ବ୍ଲକ କଂଗ୍ରେସ ସମାପତି ଇନ୍ଦ୍ରମଣି ବାରିକ,ଶଙ୍କର୍ଷଣ ନାଥ,ଗୋପାଳ ପଣ୍ଡା,ଚିତ୍ରସେନ ନାଗ,ମୋହନ ନାଏକ,ସନ୍ତୋଷ ଭୋଇ ପ୍ରମୁଖଙ୍କ ସହ ଅନ୍ୟ କଂଗ୍ରେସ ସଭ୍ୟମାନେ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.