ସୁକମା ସହିଦଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି

0 2

 ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) :  ଛତିଶଗଡ଼ ର ସୁକମାରେ ସୁରକ୍ଷାକର୍ମୀ ମାଓବାଦୀ ଗୁଳି ବିନିମୟ ବେଳେ ମାଓବାଦୀଙ୍କ ସହ ଲଢ଼ି ସହିଦ ହୋଇଯାଇଛନ୍ତି ୨୨ ଯବାନ୍। ଏହି ଦାରୁଣ ଖବର ଶୁଣି ସାରା ଦେଶ ଆଜି ଦୁଃଖରେ ମର୍ମାହତ ହୋଇପଡିଛି । 

ସହିଦ ଯବାନ ଙ୍କ ଆତ୍ମାର ଶାନ୍ତି ଓ ସତଗତି ନିମନ୍ତେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଚେରୀ ଛକ ସ୍ଥିତ ଶହୀଦ ସ୍ତମ୍ବ ଠାରେ ମଞ୍ଚ ର ସଦସ୍ୟ ସଦସ୍ୟା ମାନେ ଆଜି ସନ୍ଧ୍ୟା ରେ ଏକତ୍ରିତ ହୋଇ ଦୀପ ପ୍ରଜ୍ବଳନ କରି ପୁଷ୍ପଗୁଚ୍ଛ ଦେଇ ଥିଲେ । ପରେ ବୀର ଶହୀଦ ଯବାନ ଙ୍କର ଆତ୍ମା ର ଶାନ୍ତି ଓ ସତଗତି ପାଇଁ ନିରବ ପ୍ରାର୍ଥନା କରିଥିଲେ ।

        ମଞ୍ଚ ର ସମ୍ବଲପୁର ଶାଖା ଯୁବ ସଂଯୋଜକ ରାହୁଲ ଗୁପ୍ତା ଙ୍କ ନେତୃତ୍ୱରେ ହୋଇଥିବା କାର୍ଯ୍ୟକ୍ରମ ରେ ପଙ୍କଜିନି ମେହେର, କାନ୍ତି ମେହେର, ଅନ୍ନପୂର୍ଣ୍ଣା ବାରିକ, ଭବାନୀ ଶଙ୍କର ଭୋଇ, ମାନସ ରଞ୍ଜନ ବକ୍ସି, ରାଜେଶ ସ୍ୱାଇଁ, ଶଙ୍କର ମେହେର, ସୁଦାମ ମେହେର, ମାନସ ରଞ୍ଜନ ନାଥ, ଅଭିଷେକ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.