କନକ ବର୍ଦ୍ଧନଙ୍କ ଘର ଆଗରେ ଶ୍ରମିକଙ୍କ ଧାରଣା : ବାକି ରଖିଛନ୍ତି କାଠରେ ରଙ୍ଗ ଦିଆ ପାଉଣା !

0 2

ପାଟଣାଗଡ଼/ବଲାଙ୍ଗୀର (ନିରୋଜ ମିଶ୍ର ): ପାଟଣାଗଡ଼ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓଙ୍କ ଘର ସାମ୍ନାରେ ଗତକାଲି ସକାଳୁ  କେତେକ ଶ୍ରମିକ ଧାରଣା ଦେଇଥିଲେ  । ସେମାନଙ୍କ ଅଭିଯୋଗ ଅନୁଯାୟୀ କେଭିଙ୍କ ଭୁବନେଶ୍ୱର ସ୍ଥିତ ଗଭର୍ଣ୍ଣର ହାଉସ ଛକ ନିକଟରେ ଥିବା ଘରେ କାଠ କାମ ଉପରେ କଲର କରିଥିଲେ ଏବଂ ସେ ବାବଦକୁ ପ୍ରାୟ ପନ୍ଦର ଲକ୍ଷ ଟଙ୍କା ପାଉଣା ବାକି ରହିଛି । ଶ୍ରମିକମାନେ ଯେବେ ପଇସା ମାଗିବାକୁ ଗଲେ ଆଜି କାଲି କହି ଦିନ ଗଡ଼ାଇ ଚାଲିଛନ୍ତି ଏବଂ ଶ୍ରମିକ ମାନେ ସେମାନଙ୍କୁ ଭେଟ ପାଇ ପାରୁନାହାନ୍ତି। ତେଣୁ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ଅଂଚଳର ଜମେଶ୍ୱର ବିଶ୍ୱାଳଙ୍କ ସହ ତାଙ୍କ ପରିବାରର ଚାରି ଜଣ ମହିଳା ଓ ଚାରି ଜଣ ପୁରୁଷ ପାଉଣା ନପାଇବା ପର୍ଯ୍ୟନ୍ତ ପାଟଣାଗଡ ସ୍ଥିତ କେଭିଙ୍କ ଘର ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା | ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ଶ୍ରମିକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ତାଙ୍କ ଜିଦରେ ବସି ରହିଥିଲେ | 

ଏ ସମ୍ପର୍କରେ ପୂର୍ବତନ ବିଜେପି  ରାଜ୍ୟ ସଭାପତି କନକବର୍ଦ୍ଧନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ |   

Leave A Reply

Your email address will not be published.